ବ୍ରହ୍ମବରଦା, ୦୪/୦୬ : ଯାଜପୁର ଜିଲ୍ଲାରେ ଅଘଟଣ। ନଦୀରେ ଗାଧୋଇବା ହେଲା କାଳ । ବ୍ରାହ୍ମଣୀ ନଦୀରେ ବୁଡି ଛାତ୍ରୀ ମୃତ। ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଅଧିନ ଚନ୍ଦନପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ଛାତ୍ରୀ ଜଣଙ୍କ ଚନ୍ଦନପୁର ଗ୍ରାମର ପ୍ରଶାନ୍ତ ବିଶ୍ୱାଳଙ୍କ ଝିଅ ଶୁଭଲକ୍ଷ୍ମୀ ବୋଲି ଜଣାପଡିଛି ।
ସୂଚନାନୁଯାୟୀ, ଶୁଭଲକ୍ଷ୍ମୀ ତିନି ଜଣ ସାଙ୍ଗଙ୍କ ସହିତ ନଦୀକୁ ଗାଧୋଇବାକୁ ଯାଇଥିଲେ। ଏତିକି ବେଳେ ନଦୀରେ ବୁଡି ଯାଇଥିଲେ। ଖବର ପାଇ ବରୀ ଅଗ୍ନିଶମ ବିଭାଗ ପହଁଚି ନଦୀରୁ ଶୁଭଲକ୍ଷ୍ମୀଙ୍କୁ ଉଦ୍ଧାର କରି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ୟପଟେ ଖବର ପାଇ ବରୀ ରାମଚନ୍ଦ୍ରପୁର ପୁଲିସ ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ପଠାଇଥିବା ନେଇ ଥାନା ଅଧିକାରିଣୀ ହେମଲତା ଦାସ ସୂଚନା ଦେଇଛନ୍ତି। ଶୁଭଲକ୍ଷ୍ମୀ ନବମ ଶ୍ରେଣୀରେ ପାଠ ପଢୁଥିବା ଜଣାପଡିଛି। ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି।
ଆହୁରି ପଢନ୍ତୁ- ସାଥୀ ସନ୍ଧାନରେ ଏକାକୀ ଘୁରି ବୁଲୁଛି ଯମୁନା, ଗତିବିଧିକୁ ବନ ବିଭାଗର ନଜର
ଚୋରି ମାମଲା ଉପରେ ବିସ୍ତୃତ ବିବରଣୀ ଦେଲେ ଖୋର୍ଦ୍ଧା ଜିଲ୍ଲା ପୋଲିସ ଅଧିକାରୀ