ଭୁବନେଶ୍ଵର, ୦୪/୦୬ : ବଦଳିଲା ପାଗର ମିଜାଜ୍। ଅପେକ୍ଷାର ଅନ୍ତ ଘଟାଇ କେରଳ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏଥର ବିଳମ୍ଵରେ ମୌସୁମୀ ବାୟୁ କେରଳ ଛୁଇଁଛି। ମେ ୨୬ରେ କେରଳ ଛୁଇଁବା ନେଇ ଆଇଏମଡି ଆକଳନ କରିଥିଲା। ହେଲେ ୪ ଦିନ ବିଳମ୍ଵରେ ମୌସୁମୀ କେରଳ ଛୁଇଁଛି। 

କେରଳରେ ଏବେ ବର୍ଷା ଜାରି ରହିଛି। ବିଭିନ୍ନ ଅଲପୁଝା, କୋଟ୍ଟୟମ୍ ଏବଂ ଏର୍ଣ୍ଣାକୁଲମ୍ ଜିଲ୍ଲାକୁ ଆଇଏମଡି ପକ୍ଷରୁ ଅରେଞ୍ଜ୍ ଆଲର୍ଟ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଘଣ୍ଟାପ୍ରତି ପବନର ବେଗ ୪୦ କିଲୋମିଟର ରହିବ ବୋଲି ସତର୍କ ସୂଚନା ଜାରି କରାଯାଇଛି। ସେହିପରି ତିରୁଅନନ୍ତପୁରମ୍, କୋଲ୍ଲମ, ପତନମଥିଟା, ଇଡ୍ଡୁକି, ଏବଂ ତ୍ରିଶୁର ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ଆହୁରି ପଢନ୍ତୁ-ବିପର୍ଯ୍ୟୟ ଆଣିବ ‘ଏଲ୍ ନିନୋ’; ଜୁନରୁ ଅଗଷ୍ଟ ମଧ୍ୟରେ ହେବ ସୃଷ୍ଟି,ଭାରତକୁ ସୁରକ୍ଷା ଦେଇପାରିବ ଦୁଇଟି ପ୍ରଣାଳୀ

ମୌସୁମୀ ଆସିବା ପରେ ଭୀଷଣ ଗରମ ଗୁଳୁଗୁଳିରୁ ଆଶ୍ଵସ୍ତି ମିଳିଛି। ପାଣିପାଗ ବିଭାଗ ମଡେଲ୍ ଅନୁଯାୟୀ ଜୁନ୍ ୩୦ ସୁଦ୍ଧା ମୌସୁମୀ ବାୟୁ ସାରା ଦେଶରେ ପହଞ୍ଚିଯାଇଥାଏ। ରାଜଧାନୀ ଦିଲ୍ଲୀରେ ମୌସୁମୀ ଜୁନ ୨୫ ରୁ ୩୦ ଭିତରେ ପହଞ୍ଚେ। ସେହିପରି ଉତ୍ତର ପ୍ରଦେଶ, ଓଡ଼ିଶାରେ ଜୁନ୍ ୧୫ ସୁଦ୍ଧା ମୌସୁମୀ ବାୟୁ ପହଞ୍ଚିଯାଏ।

ସାରା ବିଶ୍ବର ଚିନ୍ତା ବଢ଼ାଇଛି ସୁପର ଏଲ ନିନୋ, ଜାଣନ୍ତୁ କ’ଣ ପଡ଼ିବ ପ୍ରଭାବ ?