ବାଉଁଶୁଣୀ,(ଆପ୍ର,) ୧୦/୧୨, ମନମୁଣ୍ଡା ଥାନା ଖଲିଆପାଲି ଗ୍ରାମ ପଞ୍ଚାୟତର ଗୁଦୁଗୁଦା ସାପ୍ତାହିକ ଗୋରୁ ବଜାରରେ ଗୋରୁ ବ୍ୟବସାୟକୁ ବୁଧବାର ଗଣ୍ଡଗୋଳ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ଗୋଛାପଡା ପଞ୍ଚାୟତ ଟାଲୁପାଲି ଗ୍ରାମର ରମଣୀ ମହାକୁଡ।
ଗୁଦୁଗୁଦା ସାପ୍ତାହିକ ଗୋରୁ ବଜାରରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଗୋଛାପଡା ପଞ୍ଚାୟତ ଟାଲୁପାଲି ଗ୍ରାମର ରମଣୀ ମହାକୁଡ ଓ ରତନ ମହାକୁଡ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଉପଖଣ୍ଡ ପୋଲିସ ଅଧିକାରୀ ଲରେନ ରାଉତରାୟ ଘଟଣା ସ୍ଥଳରେ ପହଞ୍ଚି ରମଣୀ ମହାକୁଳଙ୍କୁ ମନମୁଣ୍ଡା ଡାକ୍ତରଖାନା ଓ ରତନ ମହାକୁଡ଼ଙ୍କୁ ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ରମଣୀଙ୍କୁ ମୃତ ଘୋଷଣା କରିଥିଲେ । ରତନ ମହାକୁଡ଼ଙ୍କୁ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ମନମୁଣ୍ଡା ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ଛାନ୍ ଭିନ୍ ଆରମ୍ଭ କରିଛି ।