ବ୍ରହ୍ମପୁର, ୫/୯: ବ୍ରହ୍ମପୁରରେ ମହିଳା ଆଇନଜୀବୀଙ୍କୁ ମୁଖ୍ୟ ରାସ୍ତାରେ ଦୁର୍ବ୍ୟବହାର ସହ ଆଇନଜୀବୀ ଓ ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ କରିବା ଘଟଣାରେ ୩ଜଣଙ୍କୁ ଗିରଫ କଲା ପୋଲିସ ।

ସୂଚନାଯୋଗ୍ୟ ଯେ, ଗୁରୁବାର ଅପରାହ୍ନରେ ଆଇନଜୀବୀ ଜଣଙ୍କ କୋର୍ଟରୁ ନିଜ ସ୍ବାମୀଙ୍କ ସହ ଘରକୁ ଯାଉଥିବା ସମୟରେ ଦୁର୍ବୃତ୍ତଙ୍କ ଦ୍ବାରା ଦୁର୍ବ୍ୟବହାର ଓ ଆକ୍ରମଣର ଶିକାର ହୋଇଥିଲେ । ପେଟା ଛକରେ ୩ଜଣ ଦୁର୍ବୃତ୍ତ ଆଇନଜୀବୀଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ବୈଦ୍ୟନାଥପୁର ପୋଲିସ ଘଟଣାର ତଦନ୍ତ କରି ୩ଜଣଙ୍କୁ ଗିରଫ କରିଥିବା ନେଇ ବ୍ରହ୍ମପୁର ଏସପି ସର୍ବଣା ବିବେକ. ଏମ୍ କହିଛନ୍ତି ।