ଭୁବନେଶ୍ବର,୧୧/୧ : ରାଇକିଆ ଥାନା ଅନ୍ତର୍ଗତ ମଣ୍ଡାସରୁରେ ପର୍ଯ୍ୟଟକଙ୍କୁ ମାଉଜର ଦେଖାଇ, ଖଣ୍ଡା ଏବଂ ଲୁହା ରଡ୍ ମାଡ଼ ମାରି ୫ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସଙ୍କଟାପନ୍ନ । ୫ଜଣ ପର୍ଯ୍ୟଟକ ରାଇକିଆ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ସମସ୍ତ ମାଉଜର ଧରିଥିବା ଭୁବନେଶ୍ୱରର ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ ଯେ, ମଣ୍ଡାସରୁ ପର୍ଯ୍ୟଟନସ୍ଥଳୀକୁ ଭୁବନେଶ୍ୱର ଅଞ୍ଚଳର ୧୭ଜଣ ଲୋକ ବୁଲି ଆସିଥିଲେ । ସେହି ସ୍ଥାନରେ କିଛି ରାଇକିଆ ଅଞ୍ଚଳର ଲୋକ ପରିବାର ସହ ଭୋଜି କରୁଥିଲେ । ଭୁବନେଶ୍ୱରରୁ ଆସିଥିବା ବ୍ୟକ୍ତିମାନେ ମଦ ପିଇ ଝିଅମାନଙ୍କ ପ୍ରତି ଅଶ୍ଳୀଳ ବ୍ୟବହାର କରିଥିଲେ । ଏହାକୁ ଭୋଜି କରୁଥିବା ସ୍ଥାନୀୟ ଲୋକେ ବିରୋଧ କରିଥିଲେ, ଏଥିରେ ଉତକ୍ଷିପ୍ତ ହୋଇ ଭୁବନେଶ୍ୱରରୁ ଆସିଥିବା ବ୍ୟକ୍ତିମାନେ ମାଡ଼ ମାରିଥିଲେ । ଦୁଇ ପକ୍ଷରୁ ପ୍ରାୟ ୭ଜଣ ଆହତ ମଧ୍ୟରୁ ପାଞ୍ଚ ଜଣ ଗୁରୁତର ଅବସ୍ଥାରେ ରାଇକିଆ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ରାଇକିଆ ପୁଲିସ ଦୁଇ ଗୋଷ୍ଠିକୁ ଆଣି ପଚରାଉଚରା କରୁଅଛି । ଦୁଇଟି ଗାଡ଼ି ଭାଙ୍ଗିଥିବା ଜଣା ପଡ଼ିଛି ।