ଝାରସୁଗୁଡା, ୨୦।୫ : ପରକୀୟା ପ୍ରୀତି ସନ୍ଦେହରେ ଗଡ଼ିଲା ମୁଣ୍ଡ । ମା’ ସହ ପରକୀୟା ପ୍ରୀତି ସନ୍ଦେହରେ ହତ୍ୟାକାଣ୍ଡ । ଝାରସୁଗୁଡା ଜିଲ୍ଲା ସଦର ଥାନା ଅନ୍ତର୍ଗତ ସରବାହାଲ ନୂଆଁପଡାରେ ଗଡ଼ିଲା ମୁଣ୍ଡ l ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କଲେ ୨ ଭାଇ। l ମୃତ ଯୁବକ ଜଣକ ନୁଆଁପଡାର ସୁନ୍ଦର ରୋହିଦାସ l ହତ୍ୟାକାଣ୍ଡର ସମ୍ପୃକ୍ତ ଅଭିଯୁକ୍ତ ୨ ଭାଇ ଓ ଜଣେ ନାବାଳଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।
ଅଭିଯୁକ୍ତଙ୍କ ମା’ ସହ ନୁଆଁପଡାର ସୁନ୍ଦର ରୋହିଦାସ ପରକୀୟା ପ୍ରୀତି ରଖିଥିବା ଅଭିଯୁକ୍ତମାନେ ସନ୍ଦେହ କରିଥିଲେ। ଏହାକୁ ନେଇ ଅଭିଯୁକ୍ତମାନେ ଜଣେ ନାବାଳକ ସହଯୋଗରେ ସୁନ୍ଦରଙ୍କୁ ପିଟି ପିଟି ହତ୍ୟା କରିଥିଲେ। ଖବର ପାଇ ଝାରସୁଗୁଡା ଏସପିଙ୍କ ସହ ସଦର ଥାନା ପୋଲିସ ଏବଂ ସାଇଣ୍ଟିଫିକ ଟିମ ଘଟଣାସ୍ଥଳକୁ ପହଁଚି ତଦନ୍ତ କରିଛନ୍ତି l
ଆହୁରି ପଢନ୍ତୁ : କମିଶନରେଟ୍ ପୁଲିସର 'ଉଇ କେୟାର ସାଥୀ ଆପ୍' ଲଞ୍ଚ୍