ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ପର୍ଥ ଟେଷ୍ଟରେ ଭାରତୀୟ ଦଳର ଦବଦବା, ଯଶସ୍ବୀ-ରାହୁଲଙ୍କ ଦମ୍‌ରେ ୨୧୮ ରନ୍‌ ଆଗରେ ଟିମ୍‌

Published By : Tapas Panda | November 23, 2024 4:04 PM

Image Courtesy: abplive

ପର୍ଥ: ଅଷ୍ଟ୍ରେଲିଆ ବିପକ୍ଷରେ ପର୍ଥ ଟେଷ୍ଟରେ ଭାରତ ଦମଦାର ପ୍ରଦର୍ଶନ କରିଛି । ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତୀୟ ଟିମ୍‌ କୌଣସି ଓ୍ବିକେଟ ନହରାଇ ୨୧୮ ରନ୍‌ ଆଗରେ ରହିଛି । ଆଜି ଓପନର ଯଶସ୍ବୀ ଜୟସ୍ବାଲ ଏବଂ କେଏଲ ରାହୁଲ ଚମତ୍କାର ବ୍ୟାଟିଂ କରି ଖେଳାପ୍ରେମୀଙ୍କୁ ଖୁସି କରାଇ ଦେଇଛନ୍ତି । ଯଶସ୍ବୀ ୯୦ ରନ୍‌ କରି ଅପରାଜିତ ଥିବା ବେଳେ ୬୨ ରନ୍‌ କରି କେଏଲ ରାହୁଲ ଅପରାଜିତ ଅଛନ୍ତି । ଏହି ଦୁଇ ଓପନର ଅଷ୍ଟ୍ରେଲିଆ ବୋଲରଙ୍କୁ ଜୋରଦାର ପ୍ରହାର କରିଛନ୍ତି । ସେପଟେ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୧୦୪ ରନ୍‌ କରିଛି ।

ଟିମ୍‌ ଇଣ୍ଡିଆ ନିଜର ଦ୍ବିତୀୟ ପାଳିରେ ବିନା ଓ୍ବିକେଟରେ ୧୭୨ ରନ୍‌ କରିଛି । ପ୍ରଥମ ପାଳିରେ ଭାରତ ୧୫୦ ରନ୍‌ରେ ସବୁ ଓ୍ବିକେଟ ହରାଇ ଦେଇଥିଲା । କିନ୍ତୁ ଆଜି କେଏଲ ରାହୁଲ ୧୫୩ ବଲ୍‌ରେ ୪ ଚୌକା ସହ ୬୨ ରନ୍‌ କରିଛନ୍ତି । ସେହିଭଳି ଯଶସ୍ବୀ ଜୟସ୍ବାଲ ୭ ଚୌକା ଏବଂ ୨ ଛକା ସହ ୯୦ ରନ୍‌ କରିଛନ୍ତି । ପ୍ରଥମେ ବୋଲର ଏବଂ ଆଜି ବ୍ୟାଟର ପର୍ଥ ଟେଷ୍ଟରେ କମାଲ ପ୍ରଦର୍ଶନ କରିଛନ୍ତି ।  

ଅଷ୍ଟ୍ରେଲିଆ ବୋଲର ଭାରତୀୟ ଓପନିଂ ଯୋଡ଼ିଙ୍କୁ ଆଉଟ୍‌ କରିପାରି ନାହାନ୍ତି । ମିଚେଲ ଷ୍ଟାର୍କ ୧୨ ଓଭରରେ ୪୩ ରନ୍ ଦେଇଥିବା ବେଳେ  ଜୋଶ ହେଜଲଉଡ୍ ୧୦ ଓଭରରେ ୯ ରନ୍ ଦେଇଛନ୍ତି । ଅଧିନାୟକ ପାଟ କମିନ୍ସ ୧୩ ଓଭର ବୋଲିଂ କରି ୪୪ ରନ୍‌ ଓ ନାଥନ ଲାୟନ ୧୩ ଓଭରରେ ମାତ୍ର ୮ ରନ୍‌ ଦେଇଛନ୍ତି । ପ୍ରଥମ ପାଳିରେ ଅଷ୍ଟ୍ରେଲିଆ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ମାତ୍ର ୧୦୪ ରନ୍‌ରେ ଅଲଆଉଟ୍‌ ହୋଇଥିଲା ଆୟୋଜକ ଦଳ । ସେପଟେ ଭାରତୀୟ ଦଳର ଅଧିନାୟକ ଜସପ୍ରୀତ ବୁମରା ସର୍ବାଧିକ ୫ ଓ୍ବିକେଟ ନେଇଥିଲେ ।   ମହମ୍ମଦ ସିରାଜ ୨ ଏବଂ ନୀତୀଶ ରେଡ୍ଡୀ ଓ ଓ୍ବାଶିଂଟନ ସୁନ୍ଦର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.