ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଗୋବିନ୍ଦପୁରରେ ବିଶ୍ଵ ଆର୍ଦ୍ରଭୂମି ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ

Published By : Prameya | February 2, 2025 10:36 PM

କେନ୍ଦୁଝର ସଦର,୨/୨ : କେନ୍ଦୁଝର ବନଖଣ୍ଡ ଅଧିକାରୀଙ୍କ ନିର୍ଦେଶକ୍ରମେ ସଦର ବନାଞ୍ଚଳ ଅନ୍ତର୍ଗତ ରଘୁନାଥପୁର ପଞ୍ଚାୟତ ଗୋବିନ୍ଦପୁରଠାରେ ବିଶ୍ଵ ଆର୍ଦ୍ରଭୂମୀ ଦିବସ ପାଳିତ ହୋଇଯାଇଛି । ଏସିଏଫ ଅଶୋକ ଦାସଙ୍କ ଅଧ୍ୟକ୍ଷତା ବୈଠକରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସମିତି ସଭ୍ୟା ମମତା ମହାନ୍ତ, ଅନ୍ୟମାନଙ୍କ ମଧ୍ୟରେ ଆଇଡିଆ ଡେଭଲମେଣ୍ଟ ଅଧ୍ୟକ୍ଷା ସେବତୀ ସିଂ, ଏସିଏଫ ସୁରେନ୍ଦ୍ର ହେମ୍ବ୍ରମ ସଦର ବନାଞ୍ଚଳ ଅଧିକାରୀ ଅଜିତ ଦାସ, ବନପାଳ କାଳନ୍ଦୀଚରଣ ସାମଲ, ସ୍ୱାଗତିକା ପଟ୍ଟନାୟକ, ରାଜଶ୍ରୀ ମହାନ୍ତ, ଅକ୍ଷୟ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ବିଶ୍ଵ ଆର୍ଦ୍ରଭୂମି  ସଂପର୍କିତ ବିଷୟରେ ଜନ ଜାଗରଣ ସୃଷ୍ଟି କରିଛନ୍ତି ।

ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ଆର୍ଦ୍ରଭୂମି ହିଁ ପରିବେଶର ସ୍ଥିରତା ରକ୍ଷା କରିଥାଏ । ଆର୍ଦ୍ରଭୂମି ଉପରେ ବନ୍ୟ ଜନ୍ତୁ ଠାରୁ ଆରମ୍ଭ କରି ପଶୁ ପକ୍ଷୀ ଖୁବ୍ ନିର୍ଭରଶୀଳ ହେବା ସଙ୍ଗେ ସଙ୍ଗେ ବିଭିନ୍ନ ମାଧ୍ଯମରେ ବୃକ୍ଷ ମଧ୍ଯ ସୃଷ୍ଟି ହୋଇଥାଏ। ଆର୍ଦ୍ରଭୂମିକୁ ଆଜି ମାନବ ସମାଜ ଅନେକ ସ୍ଥାନରେ କୃଷି ଉତ୍ପାଦନ ଏବଂ ପଶୁ ଚାରଣ ଭୂମିରେ ସ୍ଥାନାନ୍ତରିତ କରି ବ୍ୟବହାର କରାଯାଉଥିବାରୁ ଆଜି ଆର୍ଦ୍ରଭୂମି ଅବର୍ଣ୍ଣତି ମୁଖ୍ୟ କାରଣ ହେଲାଣି । ତେଣୁ ଆମର ସଧାରଣ ଭବିଷ୍ୟତ ନିମନ୍ତେ ଆର୍ଦ୍ରଭୂମିକୁ ସୁରକ୍ଷା ପରିବେଶ ସ୍ଥିରତା ଏବଂ ମାନବ ସମ୍ବୃଦ୍ଧତା ରକ୍ଷା ନିମନ୍ତେ ଏ ଦିଗରେ ଉପଯୁକ୍ତ ନୀତି ନିର୍ଦ୍ଧାରଣ ଏବଂ ସଂରକ୍ଷଣ ପ୍ରୟାସ  ସଙ୍ଗେ ସଙ୍ଗେ ଏହାକୁ କ୍ରମଶଃ  କିପରି ବୃଦ୍ଧି ହୋଇପାରିବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ଅତିଥି ବୃନ୍ଦ। ଏଥିରେ ଗ୍ରାମର ଶତାଧିକ ପୁରୁଷ ମହିଳା ଅଂଶଗ୍ରହଣ କରି ଆର୍ଦ୍ରଭୂମି ସଂପର୍କିତ ବିଷୟରେ ଅବଗତ ହୋଇଛନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.