ଅଯୋଧ୍ୟା,୦୩/୦୬: ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠାର ରୀତିନୀତି ଆରମ୍ଭ ହୋଇଛି। ଆଜି ଅନୁଷ୍ଠାନ ପୂଜା ୧୨ ଘଣ୍ଟା ଧରି ଚାଲିବ। ମୂର୍ତ୍ତିଗୁଡ଼ିକର ଶୁଦ୍ଧିକରଣ କରାଯିବ। ଜୁନ୍ ୫ରେ ଅଯୋଧ୍ୟା ରାମମନ୍ଦିରରେ ଥିବା ରାମ ଦରବାର ସମେତ ୭ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହେବ। ଏଥିପାଇଁ ଫୁଲରେ ସାଜସଜ୍ଜାରେ ମନ୍ଦିର ପରିସର। ଝଲସୁଛି  ସୁନା ଖଚିତ ଶିଖର କଳସ ମଧ୍ୟ ଟକୁଛି । ରାମମୟ ହୋଇପଡିଛି ପୁରା ଅଯୋଧ୍ୟା

ଆଜି ସକାଳ ସାଢ଼େ ୬ଟାରୁ ରାମ ଦରବାର ପ୍ରାଣ ପ୍ରତିଷ୍ଠାର ରୀତିନୀତି ପାଇଁ ସବୁ ମନ୍ଦିରରେ ବିଶେଷ  ପୂଜାପାଠ ଆରମ୍ଭ ହୋଇଛି। ପ୍ରାଣ ପ୍ରତିଷ୍ଠାରେ ମୋଟ ୧୨୦ ଆଚାର୍ଯ୍ୟ  ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ  ୧୦୦ ଜଣ କେବଳ ଅଯୋଧ୍ୟାର । ଅନ୍ୟ  ଆଚାର୍ଯ୍ୟମାନେ କାଶୀ, ପ୍ରୟାଗରାଜ  ସମେତ ଅନ୍ୟ ତୀର୍ଥସ୍ଥଳୀରୁ ଆସିଛନ୍ତି। 

ଅଗ୍ନି ଦେବତାଙ୍କୁ ଆହୁତି ଅର୍ପଣ କରାଯିବ। ଏହା ସହିତ, ମୂର୍ତ୍ତିଗୁଡ଼ିକର ଶୁଦ୍ଧିକରଣ ପ୍ରକ୍ରିୟା ମଧ୍ୟ ସମାପ୍ତ ହେବ। ବୁଧବାର ମଧ୍ୟ ପୂଜା ପଦ୍ଧତି ସମାନ ଭାବରେ ସମାପ୍ତ ହେବ। ଏହିଭଳି ଜୁନ୍‌ ୪  ଏବଂ ଜୁନ୍‌ ୫ରେ ବି ବିଶେଷ ପୂଜାପାଠ ହେବ । ୧୧ଟା ପରେ ପ୍ରାଣପ୍ରତିଷ୍ଠା କାର୍ଯ୍ୟ  ଆରମ୍ଭ ହେବ । ମନ୍ଦିରର ପ୍ରଥମ ମହଲାରେ  ରାମ ଦରବାର ସ୍ଥାପନ ହୋଇଛି । ଏହା ପରିସରରେ ସୂର୍ଯ୍ୟ, ଗଣେଶ, ହନୁମାନ, ଶିବ, ଭଗବତୀ, ଅନ୍ନପୂର୍ଣ୍ଣାଙ୍କ ମନ୍ଦିର  ରହିଛି । ଏହି ସବୁ ମନ୍ଦିରରେ ଜୁନ୍‌ ୫ରେ  ପ୍ରାଣ ପ୍ରତିଷ୍ଠା କରାଯିବ। ଏହା ବ୍ୟତୀତ  ସପ୍ତ ମଣ୍ଡପମ୍‌ରେ ୭ ମନ୍ଦିର ରହିଛି ।  ସେଥିରେ ମହର୍ଷି ବାଲ୍ମିକୀ, ବିଶ୍ୱାମିତ୍ର,  ଅଗସ୍ତ୍ୟ, ବଶିଷ୍ଠ, ନିଷାଦରାଜ, ଅହଲ୍ୟା  ଏବଂ ଶବରୀ ମୂର୍ତ୍ତି ସ୍ଥାପନ ହୋଇସାରିଛି ।