ଫିରିଙ୍ଗିଆ, ୧୫।୩ :  କୋଟି କୋଟି ଟଙ୍କା ବ୍ୟୟରେ ଫିରିଙ୍ଗିଆ ବ୍ଲକରେ  ଆୟୁଷ୍ମାନ ମନ୍ଦିର ନିର୍ମାଣ କରାଯାଇଛି। କିନ୍ତୁ ଏହା ଅବ୍ୟବସ୍ଥାରେ ରହିଛି। କେତେକ ସ୍ଥାନରେ ରୋଗୀଙ୍କୁ ପିଇବା ପାଇଁ ପାନୀୟ ଜଳ ସୁବିଧା ନାହିଁ ତ ଆଉ କେଉଁଠି ବିଦ୍ୟୁତ ସଂଯୋଗ ନାହିଁ। ଫଳରେ ଏହା କୌଣସି କାମରେ ଆସୁ ନାହିଁ।

ଏମିତି ଅବ୍ୟବସ୍ଥାରେ ଫିରିଙ୍ଗିଆ ବ୍ଲକ ର କୋଟି କୋଟି ଟଙ୍କାରେ ନିର୍ମାଣଧୀନ ସାତଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର।  ବନ୍ଧଗଡ଼, ଫିରିଙ୍ଗିଆ, କାଶିନୀ ପଦର, ମୁସେଲୀପାଙ୍ଗା ସାଡିଙ୍ଗିଆ ଗୋଚ୍ଛାପଡା ରବିଙ୍ଗିଆ ଟେଲା ପାଲୀ ଭଳି ସାତୋଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନିର୍ମାଣ କରାଯାଇଛି। କିଛି ବର୍ଷ ପୂର୍ବରୁ କୋଠା ନିର୍ମାଣ ସହ ବିଭାଗକୁ ହସ୍ତାନ୍ତର କରାଯାଇଛି ।  ତେବେ ବର୍ତ୍ତମାନ ପରିସ୍ଥିତିରେ ସବୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ରେ କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ କୌଣସି କୋଠା ରେ ବିଦ୍ୟୁତ ସଂଯୋଗ କିମ୍ବା ପାଣି ବ୍ୟବସ୍ଥା ହୋଇ ପାରିନାହିଁ । ଏହା ଦ୍ୱାରା ସମସ୍ତ ଆରୋଗ୍ୟ ମନ୍ଦିର ରେ ଥିବା ଶୌଚାଳୟ ମଧ୍ୟ କାମରେ ଲାଗୁନି । ରୋଗୀ ଆସିଲେ ପାଣି ଟୋପାଏ ପାଇ ପାରୁନାହାନ୍ତି । ଯାହାଦ୍ୱାରା ରୋଗୀ କିମ୍ବା ସମ୍ପର୍କୀୟ କେହି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ଯାଉ ନାହାନ୍ତି। ଏ ଏନ ଏମ ଏବଂ ଦାୟିତ୍ୱ ରେ ଥିବା ଅଧିକାରୀ ମଧ୍ୟ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ଗଲେ ଦିନ ତମାମ ବସି ବସି ଫେରିବାକୁ ପଡୁଛି।  ବର୍ତ୍ତମାନ କୋଠା ଗୁଡିକରେ କୌଣସି ବିଦ୍ୟୁତ ସଂଯୋଗ ପାଇଁ ଓ୍ବାରିଂ ମଧ୍ୟ ହୋଇ ପାରିନାହିଁ । ପାଣି ବ୍ୟବସ୍ଥା ଦୂରର କଥା। ଏ ନେଇ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧୀନ ଦାୟିତ୍ୱ ରେ ଥିବା ଅଧିକାରୀ ସୁମନ୍ତ କୁମାର ମାଝୀଙ୍କୁ ପଚାରିବାରୁ କିଛି ବର୍ଷ ପୂର୍ବରୁ ଆମକୁ କୋଠା ସମ୍ପୂର୍ଣ୍ଣ ପରେ ହସ୍ତାନ୍ତର କରାଯାଇଛି କିନ୍ତୁ ଆଜି ପର୍ଯ୍ୟନ୍ତ କୋଠା ଗୁଡିକରେ ବିଦ୍ୟୁତ ସଂଯୋଗ କିମ୍ବା ପାଣି ବ୍ୟବସ୍ଥା କରାଯାଇନଥିବାରୁ ଅସୁବିଧା ର ସମ୍ମୁଖୀନ ହେଉଥିବା ସ୍ୱୀକାର କରିଛନ୍ତି ।