ମୁମ୍ବାଇ,୩୧/୦୮:ଆକ୍ସନ୍ ଫ୍ରାଞ୍ଚାଇଜ୍ 'ବାଗୀ' ସହ ଫେରୁଛନ୍ତି ଟାଇଗର ଶ୍ରଫ । ନିକଟରେ 'ବାଗୀ ୪' ର ଟିଜର ରିଲିଜ ହୋଇବା ବେଳେ ଗତକାଲି ଫିଲ୍ମର ଟ୍ରେଲର ରିଲିଜ ହୋଇଯାଇଛି। ଫିଲ୍ମ ରିଲିଜକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଟ୍ରେଲରରେ ଟାଇଗର ଶ୍ରଫ୍ ଜବରଦସ୍ତ ଆକ୍ସନ କରୁଥିବାର ଦେଖାଯାଉଛି । ସଞ୍ଜୟ ଦତ୍ତ ମଧ୍ୟ ଖଳନାୟକ ଅବତାରରେ ଦମଦାର ଲୁକରେ ନଜର ଆସିଛନ୍ତି ।
ତେବେ 'ବାଗୀ ୪' ର ୩ମିନିଟ ୪୧ ସେକେଣ୍ଡର ଟ୍ରେଲର ଗଣ ହିଂସାରେ ପରିପୂର୍ଣ୍ଣ । ଟ୍ରେଲରରେ ଦେଖାଯାଉଛି ଯେ ରୋନି ବା ଟାଇଗର ଶ୍ରଫଙ୍କ ପ୍ରେମିକା ହରନାଜ ସାନ୍ଧୁ ନିଖୋଜ ଅଛନ୍ତି ଏବଂ ରୋନି ତାଙ୍କୁ ପାଇବା ପାଇଁ ସଞ୍ଜୟ ଦତ୍ତଙ୍କ ସହ ଲଢ଼ୁଛନ୍ତି । ଟ୍ରେଲରରେ ଦେଖାଯାଉଛି ଯେ ଫିଲ୍ମର ପ୍ରତ୍ୟେକ ଚରିତ୍ର ଆକ୍ସନ କରୁଛନ୍ତି । ସୋନମ ବାଜୱା ଏବଂ ହରନାଜ ସାନ୍ଧୁ ମଧ୍ୟ ଆକ୍ସନ କରୁଥିବାର ଦେଖାଯାଉଛି । ତେବେ ବାଗୀ-୪'ର ନିର୍ଦ୍ଦେଶନା ଦେଇଛନ୍ତି କନ୍ନଡ ଫିଲ୍ମ ନିର୍ମାତା ଏ ହର୍ଷା । ଏଥିରେ ଭରପୂର ଆକ୍ସନ ଦେଖିବାକୁ ମିଳିବ । ସେ ଏହା ପୂର୍ବରୁ ୨୦୧୩ରେ ବଜରଙ୍ଗୀ ଏବଂ ୨୦୧୫ରେ ବଜ୍ରକାୟା ଭଳି ହିଟ୍ ଫିଲ୍ମ ଭେଟି ଦେଇଛନ୍ତି । ଫିଲ୍ମରେ ଟାଇଗର ଶ୍ରଫଙ୍କ ସହ ସଞ୍ଜୟ ଦତ୍ତ ଓ ୨୦୨୧ରେ ମିସ୍ ୟୁନିଭର୍ସ ଟାଇଟେଲ ଜିତିଥିବା ହରନାଜ କୌର ସନ୍ଧୁ ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ । ସିନେମାଟି କାହାଣୀ, ଆକ୍ସନ, ଦମଦାର ଡ୍ରାମାରେ ଭରପୂର ହୋଇଛି । ଫିଲ୍ମଟି ସେପ୍ଟେମ୍ବର ୪ ତାରିଖରେ ଏହା ସିନେମା ହଲରେ ରିଲିଜ ହେବ ।