ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

‘ବେବି ଜନ୍‌’ର ଟ୍ରେଲର ରିଲିଜ୍‌, ଆସନ୍ତା ୨୫ରେ ପ୍ରେକ୍ଷାଳୟକୁ ଆସିବ ଫିଲ୍ମ

Published By : Krishna Priya | December 11, 2024 9:33 AM

ମୁମ୍ବାଇ ୧୧/୧୨: ନିଜର ଅପ୍‌କମିଂ ଫିଲ୍ମ ‘ବେବି ଜନ୍‌’କୁ ନେଇ ଲଗାତର ଚର୍ଚ୍ଚାରେ ଅଛନ୍ତି ଅଭିନେତା ବରୁଣ ଧୱନ । ଆସନ୍ତା ୨୫ରେ ଫିଲ୍ମଟି ପ୍ରେକ୍ଷାଳୟକୁ ଆସିବ । ତା’ ପୂର୍ବରୁ ଫିଲ୍ମର ଧମାକାଦାର ଟ୍ରେଲର ରିଲିଜ୍‌ ହୋଇଛି । ୩ ମିନିଟ୍‌ ୬ ସେକେଣ୍ଡର ଟ୍ରେଲରରେ ବରୁଣଙ୍କୁ ଦମଦାର ଆକ୍ସନ୍‌ ଅବତାରରେ ଦେଖିବାକୁ ମିଳୁଛି । ଜ୍ୟାକି ଶ୍ରଫ୍‌ ଏଥିରେ ମୁଖ୍ୟ ଖଳନାୟକ ହୋଇଥିବାବେଳେ ଡିସିପି ବରୁଣ ତାଙ୍କ ସହିତ ଟକ୍କର ନେଉଛନ୍ତି । ଫିଲ୍ମଟି ମଧ୍ୟ ଇମୋସନାଲ ଡ୍ରାମା ଓ କମେଡିରେ ଭରପୁର । ତେଣୁ ଦର୍ଶକମାନେ ଏଥିରୁ ଭରପୁର ମନୋରଞ୍ଜନ ପାଇବେ ବୋଲି ଟ୍ରେଲରକୁ ସୋସିଆଲ ମିଡିଆରେ ସେୟାର କରି ବରୁଣ ଲେଖିଛନ୍ତି । 

ବରୁଣଙ୍କ ସହିତ ଏଥିରେ ଅଭିନେତ୍ରୀ କୀର୍ତ୍ତି ସୁରେଶ, ୱାମିକା ଗାବିଙ୍କୁ ଦେଖିବାକୁ ମିଳିବ । ସେହିପରି ଭାଇଜାନ୍‌ ସଲମାନ୍‌ ଖାନ୍‌, ସାନ୍ୟା ମଲହୋତ୍ରା ମଧ୍ୟ କ୍ଷୁଦ୍ର ଭୂମିକାରେ ନଜର ଆସିବେ । ‘ବେବି ଜନ୍‌’ ତାମିଲ ସୁପରଷ୍ଟାର ବିଜୟଙ୍କ ଅଭିନୀତ ଫିଲ୍ମ ‘ଥେରି’ର ହିନ୍ଦୀ ରିମେକ୍‌ । ଏହାର କାହାଣୀ ଏକ ପିତାପୁତ୍ରୀଙ୍କ ଉପରେ ଆଧାରିତ । କାଲିସ୍‌ ଏହାର ନିର୍ଦ୍ଦେଶନା ଦେଇଥିବାବେଳେ ଅଟଲି ପ୍ରଯୋଜନାରେ ଅଛନ୍ତି । ପ୍ରାୟତଃ ରୋମାଣ୍ଟିକ ଅବତାରରେ ନଜର ଆସୁଥିବା ବରୁଣ ଧୱନଙ୍କ କ୍ୟାରିୟର ଲାଗି ଏହି ଫିଲ୍ମଟି ଏକ ଟର୍ଣ୍ଣିଂ ପଏଣ୍ଟ ସାବ୍ୟସ୍ତ ହୋଇପାରେ ବୋଲି କୁହାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.