ପ୍ରମୁଖ ଖବର
  • କଟକ: ରତ୍ନଭଣ୍ଡାର ମରାମତି ମାମଲା: ମଙ୍ଗଳବାର ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି
  • ||
  • ନୂଆଦିଲ୍ଲୀ: ରୋଜଗାର ମେଳା: ଆଜି ୫୧,୦୦୦ ନିଯୁକ୍ତିପତ୍ର ବାଣ୍ଟିବେ ମୋଦି, ଦେଶର ୪୬ଟି ସ୍ଥାନରେ ଅନୁଷ୍ଠିତ ହେବ
  • ||
  • ପୁରୀ: ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ବଳିବାମନ ବେଶ ନୀତି, ବାମନରୂପୀ ବ୍ରାହ୍ମଣ ଭାବେ ଧରାବତରଣ ପ୍ରଭୁ
  • ||

ବାହାନଗା ରେଳ ଦୁର୍ଘଟଣା: ଏସ୍‌ସିବିରେ ଶହେରୁ ଅଧିକ ଆହତଙ୍କୁ ବଣ୍ଟାଗଲା ସ୍ୱତନ୍ତ୍ର କିଟ୍‌

କଟକ,୦୫/୦୬: ବାହାନଗା ରେଳ ଦୁର୍ଘଟଣାରେ ଗୁରତର ଆହତ ହେଇ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ଆହତମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କିଟ୍‌ ବଣ୍ଟାଯାଇଛି । ଦୁର୍ଘଟଣା ପରେ ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେମାନଙ୍କ ଲଗେଜ୍‌ ସହିତ ବହୁତ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଟ୍ରେନ୍‌ ତଳେ ଚାପି ହୋଇ ରହିଯାଇ ନଷ୍ଟ ହୋଇଯାଇଥିଲା ।

wp:embed {"url":"https://www.prameya.com/in-bhanga-the-train-movement-became-normal-3-trains-rolled/","type":"wp-embed","providerNameSlug":"prameya"}
https://www.prameya.com/in-bhanga-the-train-movement-became-normal-3-trains-rolled/
/wp:embed

ଯାହାଫଳରେ ଆହତମାନେ ହସ୍‌ପିଟାଲରେ ଭର୍ତ୍ତି ହେବା ପରେ ପୋଷାକପତ୍ରକୁ ନେଇ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ସମ୍ପର୍କୀୟମାନେ ପାଖରେ ନଥିବାରୁ ସେମାନଙ୍କ ଦେଖାଶୁଣା କିମ୍ବା ସେମାନଙ୍କ ପାଇଁ ଜରୁରୀ ସାମଗ୍ରୀ ଆଣିବାକୁ କେହି ନାହାନ୍ତି । ଏ ଅଭାବନୀୟ ପରିସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ ତରଫରୁ ଆହତମାନଙ୍କୁ ଏହି ସ୍ୱତନ୍ତ୍ର କିଟ୍‌ ବଣ୍ଟନ କରାଯାଇଛି । ଏଥିରେ ଟି-ସାର୍ଟ, ଚପଲ, ଲୁଙ୍ଗି ଓ ଗାମୁଛା ରହିଛି । ରବିବାର ସନ୍ଧ୍ୟା ସୁଦ୍ଧା ପ୍ରାୟ ଶହେ ଜଣଙ୍କୁ କିଟ୍‌ ଦିଆଯାଇଥିବା ସୂଚନା ମିଳିଛି।

Copyright © 2022 - Summa Real Media Private Limited. All Rights Reserved.