ପୁରୀ,୧୯/୦୬: ବହୁ ଚର୍ଚ୍ଚିତ ସମୁଦ୍ରକୂଳ ଥାନା  ଅଞ୍ଚଳରୁ ନାବାଳିକାକୁ ଅପହରଣ କରିବା ପରେ ବଳିଆପଣ୍ଡା  ଥାନା ଅଞ୍ଚଳରେ ଗଣଦୁଷ୍କର୍ମ କରାଯାଇଥିଲା । ଏହି ମାମଲାକୁ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ଡିଏ୍‌ସପି ଅଶ୍ମିତା ପରମିତାଙ୍କୁ ଗତ ୧୬  ତାରିଖରେ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ ମାନସ  କୁମାର ଚକ୍ର ସୂଚନା ଦେଇଛନ୍ତି । ତାଙ୍କ କହିବାନୁଯାୟୀ, ଉକ୍ତ  ମାମଲାରେ ହୋଇଥିବା ଅଭିଯୋଗ ଓ ତଦନ୍ତର ସମସ୍ତ କାଗଜପତ୍ର  କ୍ରାଇମବ୍ରାଞ୍ଚଙ୍କୁ ପ୍ରଦାନ କରାଯାଇଛି । ଏବେ ଏହି ମାମଲାର ତଦନ୍ତ  କ୍ରାଇମ୍‌ବ୍ରାଞ୍ଚ କରିବ ।   

ସୂଚନାଯୋଗ୍ୟ, ଗତ ୭ ତାରିଖ ସମୁଦ୍ରକୂଳ ଥାନା ଅଞ୍ଚଳରେ ଜଣେ ନାବାଳିକା ବୁଲୁଥିବା ବେଳେ ତାଙ୍କୁ ବାଲିନୋଳିଆର ସୁନିଲ  ବେହେରା ଅପହରଣ କରି ନେଇ ବଳିଆପଣ୍ଡା ଥାନା ଅଞ୍ଚଳରେ  ଏକ ହୋଟେଲରେ ତା’ର ସାଥୀମାନେ ମିଳିତ ଭାବେ ଗଣଦୁଷ୍କର୍ମ କରିଥିଲେ । ଶେଷରେ ଗତ ୯ ତାରିଖରେ ନାବାଳିକାକୁ ଗାନ୍ଧୀପାର୍କ  ନିକଟରେ ଛାଡ଼ି ଫେରାର ହୋଇଥିଲେ । ସମୁଦ୍ରକୂଳ ଥାନା ପୁଲିସ  ଉକ୍ତ ମାମଲାରେ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।