କଟକ, ୧୨/୯ : ବଦଳିଲା ବାଲିଯାତ୍ରା ନାଁ । ଏଥର ବାଲିଯାତ୍ରା ନାଁ ହେବ 'ଐତିହାସିକ ବାଲିଯାତ୍ରା କଟକ ୨୦୨୫' । ଆଗରୁ କେବଳ ଐତିହାସିକ ବାଲିଯାତ୍ରା ଲେଖାଯାଉଥିଲା। ନଭେମ୍ବର ୫ରୁ କଟକ ଐତିହାସିକ ବାଲିଯାତ୍ରା ଆରମ୍ଭ ହେବ। ୫ରୁ ୧୨ତାରିଖ ପର୍ଯ୍ୟନ୍ତ ଆଠ ଦିନ ଧରି ଚାଲିବ। ଏଥର ତଳ ପଡ଼ିଆରେ ବାଲିଯାତ୍ରା ହେବ। ଉପର ପଡିଆରେ କେବଳ ପାର୍କିଂ ରହିବ। ତଳ ପଡ଼ିଆର ୬୦ ଏକର ଜାଗାରେ ଷ୍ଟଲ୍ ଲାଗିବ। ଅନ୍ଲାଇନ ମାଧ୍ୟମରେ ପ୍ଲଟ ଆବଣ୍ଟନ କରାଯିବ। ଆଜି ବାଲିଯାତ୍ରାକୁ ନେଇ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଥିବା ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ସୂଚନା ଦେଇଛନ୍ତି।