ପ୍ରମୂଖ ଖବର
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା : ଦୂତାବାସ ସହ ଯୋଗାଯୋଗ ଚାଲିଛି, ଖୁବ୍‌ଶୀଘ୍ର କରାଯିବ ହସ୍ତାନ୍ତର

Published By : Rasmita Pradhan | November 23, 2024 3:19 PM

କଟକ, ୨୩/୧୧ : କଟକ ମଧୁପାଟଣା ଅଞ୍ଚଳରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ହେବା ଘଟଣା। ନାବାଳିକାଙ୍କ ସ୍ଵାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଛି। ତାଙ୍କର ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେ କଟକର ବସୁନ୍ଧରାରେ ରହୁଛନ୍ତି। ବାଙ୍ଗଲାଦେଶ ଦୂତାବାସ ସହ ଯୋଗାଯୋଗ କରିବା ଲାଗି ଜିଲ୍ଲାପାଳଙ୍କୁ ସିଡବ୍ଲ୍ୟୁସି ଜଣାଇଛି। ଏହି ଘଟଣାରେ ଅଧିକ ତଦନ୍ତ କରିବା ଲାଗି ଶିଶୁ ମଙ୍ଗଳ ସମିତି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ନାବାଳିକାଙ୍କୁ ହସ୍ତାନ୍ତର ପାଇଁ ପଦକ୍ଷେପ ନିଆଯାଉଛି। ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ପ୍ରମୋଦ ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, ବାଂଲାଦେଶୀ ନାବାଳିକା ବୟସ ପାଖାପାଖି ୧୭ ବର୍ଷ ହେବ। ସେ ରୋଜଗାର ପାଇଁ ଭିଟାମାଟି ଛାଡ଼ିଥିଲେ। ଫେସବୁକ୍ ଜରିଆରେ ଜଣେ ଯୁବକଙ୍କ ସହ ପରିଚିତ ହେବା ପରେ ଭାରତ ଆସିଥିଲେ। ପ୍ରଥମେ ତାଙ୍କୁ କୋଲକତା ପରେ ଭୁବନେଶ୍ୱରରେ ରହିବାକୁ ପଡିଥିଲା। ରୋଜଗାର ଲାଗି କିଛି ଯୁବକ ତାଙ୍କୁ ଏକ ମସାଜ୍ ସେଣ୍ଟରରେ ଅବସ୍ଥାପିତ କରିଥିଲେ। ସେ କଟକ ଉପକଣ୍ଠ ଗୋପାଳପୁର ଠାରେ ରହୁଥିଲେ। ତେବେ ସେ କାହିଁକି ଗୋପାଳପୁର ଛାଡିଲେ, ତାହା ଏବେବି ଅସ୍ପଷ୍ଟ ରହିଛି। ନାବାଳିକାଙ୍କୁ କୌଣସି ଅନୈତିକ କାର୍ଯ୍ୟ ପାଇଁ ବାଧ୍ୟ କରାଯାଇଥିବା ନେଇ ସନ୍ଦେହ କରାଯାଉଛି। 

ନାବାଳିକା ଜଣଙ୍କ ବାଙ୍ଗଲାଦେଶର ହୋଇଥିବାରୁ ପୋଲିସ ଏବଂ ପ୍ରଶାସନ ଖୁବ୍ ସତର୍କତାର ସହ ତଦନ୍ତ କରୁଛି। ସମୃକ୍ତ ନାବାଳିକାଙ୍କ ସହ ପ୍ରାୟ ୫ ଜଣ ବାଙ୍ଗଲାଦେଶୀ ଯୁବତୀ ସୀମା ପାର ହୋଇ ଭାରତ ଆସିଥିବା ସୂଚନା ମିଳିଛି। ଅନ୍ୟ ଯୁବତୀମାନଙ୍କୁ କୌଣସି ଅନୈତିକ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ନେଇ ସନ୍ଦେହ ଉପୁଜିଛି। ତେବେ ଉକ୍ତ ଯୁବତୀମାନଙ୍କୁ କିଏ ଆଣିଲା, କେଉଁ ପରିସ୍ଥିତିରେ ସେମାନେ କଟକରେ ପହଞ୍ଚିଲେ ସେନେଇ ଅଧିକ ତଦନ୍ତ କରାଯାଉଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟରେ ଏବେ ଯୁବତୀ ଚାଲାଣକାରୀ ରାକେଟ୍ ସକ୍ରିୟ ଥିବା ଅନୁମାନ କରାଯାଉଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.