ପ୍ରମୂଖ ଖବର
  • ତାମିଲ ଅଭିନେତା-କମେଡ଼ିଆନ ଏସ୍‌. କୃଷ୍ଣମୂର୍ତ୍ତି ଦେହାନ୍ତ, ୭୧ ବର୍ଷ ବୟସରେ ପରଲୋକ
  • ||
  • ଢେଙ୍କାନାଳ : ଅଜଣା ଯୁବକଙ୍କ ଗଳିତ ମୃତଦେହ ଠାବ, ତଦନ୍ତ କରୁଛି ପୁଲିସ
  • ||
  • ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା, ଆଜି ବାଡ଼ି ନୃସିଂହଙ୍କ ଚାରି ଆଶ୍ରମ ବିଜେ ସହ ଶ୍ରୀକ୍ଷେତ୍ର ପରିକ୍ରମା କରିବେ
  • ||
  • ବୌଦ୍ଧ: ଭିଜିଲାନ୍ସ ପଞ୍ଝାରେ ବୌଦ୍ଧ ଏମ୍‌ଭିଆଇ ଗୋଳାପ ଚନ୍ଦ୍ର ହାଁସଦା ,ଏକାକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ଦୁଇଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କ ନଡ଼ିଆ ସଂଗ୍ରହ ଗାଡ଼ିର କରିବେ ଶୁଭ ଉଦ୍‌ଘାଟନ
  • ||
  • ରାୟଗଡ଼ା : ଦୋକାନ ଘର ଉପରେ ଚଢିଗଲା ଟ୍ୟାଙ୍କର; ଜଣେ ମୃତ ୨ ଗୁରୁତର
  • ||
  • ଅଧ ରାତିରେ ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ
  • ||
  • ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣା, ଆଜି ଦିଲ୍ଲୀ ଏମ୍‌ସରେ ମୃତଦେହ ବ୍ୟବଚ୍ଛେଦ ପରେ ମରଶରୀର ଓଡ଼ିଶା ଅଣାଯିବ
  • ||
  • ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା,ଘଟଣାରେ କାହାର ସମ୍ପୃକ୍ତି ନାହିଁ କହିଲା ପୁଲିସ, ରାଜନୀତି କରନି କହିଲେ ବାପା
  • ||
  • ବାଲେଶ୍ୱର : ଦହିସଡା ପାଟଣା ସାହିରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ୨ ବଖରା ଘର
  • ||
  • ଦିନରେ ଗୁଳୁଗୁଳି, ରାତିରେ ବର୍ଷା; ଆଜି ଉତ୍ତର ଓଡ଼ିଶାରେ ଅଳ୍ପ, ଦକ୍ଷିଣରେ କାଁଭାଁ ବର୍ଷା ସମ୍ଭାବନା
  • ||

ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର; ଅଗଷ୍ଟରେ ମିଳିବ ଲମ୍ୱା ଛୁଟି

Published By : Harapriya Sethi | August 1, 2025 8:57 AM

ନୂଆଦିଲ୍ଲୀ,୦୧/୦୮: ପାଖେଇ ଆସୁଛି ପାର୍ବଣ । ଆଗଷ୍ଟ ମାସରେ ଅନେକ ପର୍ବପର୍ବାଣୀ ରହିଛି । ଯାହା ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଛି । କାରଣ ଚଳିତମାସ ବ୍ୟାଙ୍କରେ କାମ କରୁଥିବା ଲୋକଙ୍କୁ ଲମ୍ୱା ଛୁଟି ମିଳିବ । ଶନିବାର ଏବଂ ରବିବାର ଛଡ଼ା ସ୍ୱାଧୀନତା ଦିବସ, ଗଣେଶ ଚତୁର୍ଥୀ  ଏବଂ ଜନ୍ମାଷ୍ଟମୀ ଭଳି ଆହୁରି ଅନେକ ପୂଜା ପର୍ବ ପଡ଼ିବ । ଯେଉଁଥିପାଇଁ ଭିନ୍ନ ଭିନ୍ନ ରାଜ୍ୟରେ ମୋଟ୍ ୧୫ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ। ତେବେ କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ ଆସନ୍ତୁ ଜାଣିବା । 

କହିରଖୁ କି, ସମସ୍ତ ସରକାରୀ ଏବଂ ବେସରକାରୀ ବ୍ୟାଙ୍କରେ ପ୍ରତ୍ୟେକ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ବନ୍ଦ ରହିଥାଏ  ଏବଂ ପ୍ରତି ରବିବାର ସାପ୍ତାହିକ ଛୁଟି ରହିଥାଏ । 

ଅଗଷ୍ଟ ମାସର ଛୁଟି-

୩ ତାରିଖ- ରବିବାର ହୋଇଥିବାରୁ ବ୍ୟାଙ୍କ୍ ବନ୍ଦ ରହିବ ।

୮ ତାରିଖ- Tendong Lho Rum Faat କାରଣରୁ ସିକ୍କିମର ରାଜଧାନୀ ଗ୍ୟାଙ୍ଗଟକ୍‌ରେ ବ୍ୟାଙ୍କ୍ ବନ୍ଦ ରହିବ । 

୯ ତାରିଖ- ଅହମଦାବାଦ, ଭୋପାଳ, ଭୁବନେଶ୍ୱର, ଲକ୍ଷ୍ନୌ, କାନପୁର, ଶିମଲା, ଜୟପୁର, ଡେରାଡୁନରେ ବ୍ୟାଙ୍କ ବନ୍ଦ ରହିବ । ଏହି ଦିନ ରକ୍ଷାବନ୍ଧନ ଏବଂ ଝୁଲାନା ପଡ଼ୁଛି । କହିରଖୁ କି, ମାସର ଦ୍ୱିତୀୟ ଶନିବାର ହୋଇଥିବା କାରଣରୁ ଦେଶର ସମସ୍ତ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ । 

୧୦ ତାରିଖ- ରବିବାର ହୋଇଥିବାରୁ ବ୍ୟାଙ୍କ ବନ୍ଦ ରହିବ । 

୧୩ ତାରିଖ- ଇମ୍ଫାଲରେ ବ୍ୟାଙ୍କ କର୍ମଚାରୀଙ୍କ ଛୁଟି ରହିବ । 

୧୫ ତାରିଖ- ସ୍ୱାଧୀନତା ଦିବସ, ପାର୍ସୀ ନବବର୍ଷ ଏବଂ ଜନ୍ମାଷ୍ଟମୀ ପଡ଼ୁଥିବାରୁ ସମଗ୍ର ଦେଶରେ ବ୍ୟାଙ୍କ ବନ୍ଦ ରହିବ । 

୧୬ ତାରିଖ- ଅହମଦାବାଦ, ମିଜୋରାମ, ଭୋପାଳ, ରାଞ୍ଚି, ଚଣ୍ଡିଗଡ଼, ଚେନ୍ନାଇ, ଡେରାଡୁନ, ଗ୍ୟାଙ୍ଗଟକ୍‌, ହାଇଦ୍ରାବାଦ, ଜୟପୁର, କାନପୁର, ଲକ୍ଷ୍ନୌ, ରାୟପୁର, ପାଟନା, ଶିଲଂ, ଜମ୍ମୁ କାଶ୍ମୀର, ବିଜୟୱାଡ଼ାରେ ଜନ୍ମାଷ୍ଟମୀ ପଡ଼ୁଥିବାରୁ ବ୍ୟାଙ୍କ ବନ୍ଦ ରହିବ । 

୧୭ ତାରିଖ- ରବିବାର ହୋଇଥିବାରୁ ଦେଶରେ ବ୍ୟାଙ୍କ ବନ୍ଦ ରହିବ । 

୧୯ ତାରିଖ- ଅଗରତାଲାରେ ମହାରାଜା ବୀର ବିକ୍ରମ କିଶୋର ମାଣିକ୍ୟ ବାହାଦୁରଙ୍କ ଜୟନ୍ତୀ କାରଣରୁ ବ୍ୟାଙ୍କ ବନ୍ଦ ରହିବ । 

୨୩ ତାରିଖ- ମାସର ଚତୁର୍ଥ ଶନିବାର ହୋଇଥିବାରୁ ଦେଶରେ ବ୍ୟାଙ୍କ ବନ୍ଦ ରହିବ । 

୨୪ ତାରିଖ- ରବିବାର ହୋଇଥିବାରୁ ବନ୍ଦ ରହିବ ବ୍ୟାଙ୍କ । 

୨୫ ତାରିଖ- ଶ୍ରୀମନ୍ତ ଶଙ୍କର ଦେବ ଜନ୍ମଦିନ ହୋଇଥିବାରୁ ବ୍ୟାଙ୍କ ବନ୍ଦ ରହିବ । 

୨୭ ତାରିଖ- ଅହମଦାବାଦ, ବେଲାପୁର, ମୁମ୍ୱାଇ, ନାଗପୁର, ବେଙ୍ଗାଲୁରୁ, ଭୁବନେଶ୍ୱର, ହାଇଦ୍ରାବାଦ, ଚେନ୍ନାଇ, ପଣଜୀ, ବିଜୟୱାଡ଼ାରେ ଗଣେଶ ଚତୁର୍ଥୀ ପାଇଁ ବ୍ୟାଙ୍କ ବନ୍ଦ ରହିବ । 

୨୮ ତାରିଖ- ଭୁବନେଶ୍ୱର ଏବଂ ପଣଜୀରେ ଏହି ଦିନ ବ୍ୟାଙ୍କ ବନ୍ଦ ରହିବ ।

୩୧ ତାରିଖ- ରବିବାର ହୋଇଥିବାରୁ ବନ୍ଦ ରହିବ ବ୍ୟାଙ୍କ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.