ରାଉରକେଲା,୨୭/୦୩: ତିନି ଦିନ ବନ୍ଦ ରହିବ ଘରୋଇ ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ । ଏହି ସମୟସୀମା ଭିତରେ ସହରରେ ପେଟ୍ରୋଲ ସରିଯିବା ନେଇ ଦେଖା ଦେଇଛି ଆଶଙ୍କା । ଶୁକ୍ରବାର ଶ୍ରୀରାମ ନବମୀ ଯୋଗୁଁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ । ମାସର ଶେଷ ଶନିବାର ୨୮ ତାରିଖ ପଡ଼ୁଥିବାରୁ ସେହି ଦିନ ମଧ୍ୟ ବ୍ୟାଙ୍କ ଖୋଲିବ ନାହିଁ । ରବିବାର ଛୁଟି ଦିନ । ଜଣେ ପେଟ୍ରୋଲ ପମ୍ପ୍ ଡିଲର ନିଜ ନାମଗୋପନ ରଖିବା ସର୍ତ୍ତରେ କହିଛନ୍ତି ପୂର୍ବରୁ ପେଟ୍ରୋଲ ପମ୍ପ୍ ଗୁଡ଼ିକର ବିକ୍ରି ଅନୁସାରେ କମ୍ପାନି ପକ୍ଷରୁ କ୍ରେଡିଟ୍ ଲିମିଟ୍ ମିଳୁଥିଲା । ସେହି ଅନୁସାରେ ଡିଲରମାନଙ୍କ ପାଖକୁ ତୈଳ କମ୍ପାନିଗୁଡ଼ିକ ଟ୍ୟାଙ୍କର ପଠାଉଥିଲେ । ମାତ୍ର ହଠାତ୍ ଗତ ଶନିବାର ସନ୍ଧ୍ୟା ପ୍ରାୟ ୫ଟାରୁ ତୈଳ କମ୍ପାନିଗୁଡ଼ିକ ନିୟମରେ ପରିବର୍ତ୍ତନ କରିବାରୁ ଏହି ସମସ୍ୟା ଦେଖା ଦେଇଛି ।

ଏବେ ଜଣେ ଡିଲର ସମ୍ପୂର୍ଣ୍ଣ ଅର୍ଥ ପଇଠ କରିବା ପରେ କମ୍ପାନି ପକ୍ଷରୁ ତୈଳ ଟ୍ୟାଙ୍କର ପଠାଯାଉଛି । ସମ୍ପୂର୍ଣ୍ଣ ଅର୍ଥ ପଇଠ କରିବା ଡିଲରମାନଙ୍କ ପକ୍ଷେ ସମ୍ଭବ ହେଉନାହିଁ । ତେଣୁ ଠିକ୍ ସମୟରେ ଟ୍ୟାଙ୍କର ନ ଆସିଲେ ଲୋକେ ପେଟ୍ରୋଲ କିମ୍ବା ଡିଜେଲ ପାଇବେ ନାହିଁ । ବ୍ୟାଙ୍କ ଗୁଡ଼ିକ ୩ ଦିନ ବନ୍ଦ ରହୁଥିବାରୁ ଟଙ୍କା ପଇଠ କରି ହେବନାହିଁ । ବର୍ତ୍ତମାନ ପେଟ୍ରୋଲ ପମ୍ପଗୁଡ଼ିକରେ ମହଜୁଦ୍ ରହିଥିବା ତେଲ ଦିନେ କି ଦୁଇ ଦିନ ଭିତରେ ସରିଯିବ । ରବିବାର ବେଳକୁ କୌଣସି ପମ୍ପ୍ରେ ତେଲ ନ ମିଳିବା ନେଇ ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି କଲାଣି । ଏହାର ମୁଖ୍ୟକାରଣ ହେଉଛି³ ତୈଳ କମ୍ପାନିର ନିୟମରେ ପରିବର୍ତ୍ତନ ।

ଅଧିକ ପଢ଼ନ୍ତୁ :- ୪୭ ହଜାର ମେଟ୍ରିକ ଟନ୍ ଏଲପିଜି ନେଇ ଭାରତରେ ପହଞ୍ଚିଲା 'ଜଗ୍ ବସନ୍ତ', ହୋର୍ମୁଜରେ ଫସିଥିଲା