ହିନ୍ଦୁ ଧର୍ମରେ ମହାଆଡମ୍ୱରରେ ପାଳନ ହୁଏ ବସନ୍ତ ପଞ୍ଚମୀ ପର୍ବ । ପ୍ରତିବର୍ଷ ମାଘ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥିରେ ବସନ୍ତ ପଞ୍ଚମୀ ପଡ଼ିଥାଏ । ଧାର୍ମିକ ବିଶ୍ୱାସ ଅନୁସାରେ, ଜ୍ଞାନର ଦେବୀ ସରସ୍ୱତୀ ଏହି ଦିନରେ ଆବିର୍ଭାବ ହୋଇଥିଲେ । ତେଣୁ, ଏହି ଦିନ ଦେବୀ ସରସ୍ୱତୀଙ୍କୁ ପୂଜା କରିବା ସହିତ ମା'ଙ୍କୁ ହଳିଦିଆ ବସ୍ତ୍ର ପିନ୍ଧାଥାଏ । ଏହି ଦିନକୁ ଏକ ଶୁଭ ସମୟ ଭାବରେ ବିବେଚନା କରାଯାଏ । ତେଣୁ ଏହିଦିନ ଶୁଭ ଏବଂ ମଙ୍ଗୁଆଳ କାର୍ଯ୍ୟ କରିବା, ବିଦ୍ୟାରମ୍ଭ ସଂସ୍କାର କରିବା ଲାଭଦାୟକ ବୋଲି ବିବେଚନା କରାଯାଏ । ଏହି ବର୍ଷ, ବସନ୍ତ ପଞ୍ଚମୀରେ ଅନେକ ଶୁଭ ଯୋଗ ସୃଷ୍ଟି ହେଉଛି । ଆସନ୍ତୁ ଜାଣିବା ଶୁଭ ସମୟ, ପୂଜା ପଦ୍ଧତି, ମନ୍ତ୍ର, ମା' ସରସ୍ୱତୀଙ୍କ ଆରତି ବିଷୟରେ । ମାଘ ମାସର ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଅର୍ଥାତ୍ ଜାନୁଆରୀ ୨୩ ସକାଳ ୨ଟା ୨୮ ମିନିଟ୍‌ରୁ ଆରମ୍ଭ ହୋଇ ୨୪ ଜାନୁଆରୀ ୧ଟା ୪୬ ମିନିଟ୍‌ରେ ଶେଷ ହେଉଛି ।  

ବସନ୍ତ ପଞ୍ଚମୀର ଶୁଭ ମୁହୂର୍ତ୍ତ: 

ଦେବୀ ସରସ୍ୱତୀଙ୍କ ପୂଜା କରିବାର ସର୍ବୋତ୍ତମ ସମୟ ହେଉଛି ଜାନୁଆରୀ ୨୩ ତାରିଖ ସକାଳ ୭ ଟା ୧୫ ମିନିଟ୍‌ରୁ ମଧ୍ୟାହ୍ନ ୧୨ ଟା ୩୩ ମିନିଟ୍ ପର୍ଯ୍ୟନ୍ତ । ବସନ୍ତ ପଞ୍ଚମୀ ପାଇଁ ଦେବୀ ସରସ୍ୱତୀଙ୍କ ମୂର୍ତ୍ତି କିମ୍ୱା ପ୍ରତିମାକୁ ହଳଦିଆ ପୋଷାକ ପିନ୍ଧାନ୍ତୁ । ପୂଜା ପାଇଁ ଧଳା ଖସା ଲଡ଼ୁ, ବୁନ୍ଦି ଲଡ଼ୁ, ହଳଦିଆ ରଙ୍ଗର ପ୍ରସାଦ, ଫଳମୂଳ, ଫଲୁ ମାଳ, ଅକ୍ଷତ, ହଳଦୀ ଓ କୁକୁମ, ଘିଅ ଦୀପ, ଅଗରବତୀ, ଆମ୍ୱ ପତ୍ର, ତୁଳସୀ ପତ୍ର, ନଡ଼ିଆ, ହଳଦିଆ କପଡ଼ା, ମାଙ୍କ ପାଖରେ ପୂଜା ପାଇଁ ପୁସ୍ତକ, କଲମ, ବାଦ୍ୟଯନ୍ତ୍ର ଆଦି ରଖନ୍ତୁ ।

​​​​​​​

ମା’ ସରସ୍ୱତୀଙ୍କୁ କେମିତି ପୂଜା କରିବେ ? 

ବସନ୍ତ ପଞ୍ଚମୀର ପବିତ୍ର ଦିନରେ ନୂଆ ବା ଧୂଆ ପୋଷାକ ପିନ୍ଧନ୍ତୁ । ମା’ଙ୍କ ପ୍ରିୟ ରଙ୍ଗ ହଳଦିଆ ରଙ୍ଗର ପୋଷାକ ପିନ୍ଧିବା ଭଲ । ପୂଜା ସ୍ଥାନକୁ ସଫା କରନ୍ତୁ । ଏକ କାଠ ପିଢ଼ା ଉପରେ ହଳଦିଆ କପଡ଼ା ବିଛାଇ ଦିଅନ୍ତୁ । ଏହା ଉପରେ ଦେବୀ ସରସ୍ୱତୀଙ୍କ ମୂର୍ତ୍ତି କିମ୍ୱା ପ୍ରତିମା ରଖନ୍ତୁ । ପ୍ରଥମେ ଦେବୀଙ୍କୁ ଜଳ ଅର୍ପଣ କରନ୍ତୁ । ଏହା ପରେ ତାଙ୍କର ଦଳୀ କିମ୍ୱା ହଳଦିଆ ଫୁଲ, ଏକ ମାଳ ଏବଂ ଧଳା ଚନ୍ଦନ ଅର୍ପଣ କରନ୍ତୁ । ଦେବୀ ସରସ୍ୱତୀଙ୍କୁ ବସ୍ତ୍ର ଅର୍ପଣ କରନ୍ତୁ ଏବଂ ହଳଦିଆ ମିଠା ଅର୍ପଣ କରନ୍ତୁ । ପରେ ଦେବୀଙ୍କୁ ଜଳ ଅର୍ପଣ କରି ଘିଅ, ଦୀପ ଏବଂ ଧୂପ ଜଳାନ୍ତୁ । ଏବେ ଶାନ୍ତ ମନରେ, ଦେବୀ ସରସ୍ୱତୀଙ୍କ ମନ୍ତ୍ର “ଓମ୍ ଐମ୍ ସରସ୍ୱତୌ ନମଃ” ଜପ କରନ୍ତୁ । ମନ୍ତ୍ର ଜପ କରିବା ପରେ ଚାଳିଶା ପାଠ କରନ୍ତୁ । ଦେବୀ ସରସ୍ୱତୀଙ୍କ ସ୍ତୁତି କିମ୍ୱା ପ୍ରାର୍ଥନା କରନ୍ତୁ ଏବଂ ଶେଷରେ ଆରତି ବିଧି କରନ୍ତୁ । ପୂଜା ଶେଷ ହେବା ପରେ ପ୍ରସାଦ ସେବନ କରନ୍ତୁ । ଏହି ପ୍ରକାରେ ପୂଜା କରିବା ଦ୍ୱାରା ଦେବୀ ସରସ୍ୱତୀଙ୍କ କୃପାରୁ ଜ୍ଞାନ, ଏକାଗ୍ରତା ଏବଂ ସଫଳତା ପ୍ରାପ୍ତ ହୁଏ ।