ନୂଆଦିଲ୍ଲୀ,୧୯/୦୭: ବର୍ଷକୁ ବର୍ଷ ବିସିସିଆଇର ରୋଜଗାର ବଢ଼ି ବଢ଼ି ଚାଲିଛି । ୨୦୨୩-୨୪ ଆର୍ଥିକ ବର୍ଷରେ ବୋର୍ଡ ସମୁଦାର ୯୭୪୧.୭ କୋଟି ଟଙ୍କା ରୋଜଗାର କରିଛି । ଏଥିରେ ଆଇପିଏଲର ୫୯ ପ୍ରତିଶତ ଅବଦାନ ରହିଛି ।
ରେଡିଫଫ୍ୟୁଜନର ରିପୋର୍ଟ ଅନୁସାରେ, ‘ଗତ ଆର୍ଥିକ ବର୍ଷରେ ବିସିସିଆଇର ରୋଜଗାରରେ ଆଇପିଏଲରୁ ସିଂହ ଭାଗ ରହିଛି । ଅର୍ଥାତ କେବଳ ୫୭୬୧ କୋଟି ଟଙ୍କା ଆଇପିଏଲରୁ ମିଳିଛି । ୩୬୧ କୋଟି ଟଙ୍କା ଆଇପିଏଲକୁ ଛାଡ଼ି ଅନ୍ୟ ପ୍ରସାରଣ ଅଧିକାରରୁ ପ୍ରାପ୍ତ ହୋଇଛି ।’
୨୦୦୭ରୁ ଆଇପିଏଲ ବିସିସିଆଇ ପ୍ରମୁଖ ରୋଜଗାରର ମାଧ୍ୟମ ପାଲଟିଛି । ଏହା ରଣଜୀ ଏବଂ ଅନ୍ୟାନ୍ୟ ଘରୋଇ କ୍ରିକେଟ୍ ଖେଳୁଥିବା ଖେଳାଳିଙ୍କୁ ମଧ୍ୟ ରୋଜଗାରକ୍ଷମ କରାଇଛି । ରେଡିଫଫ୍ୟୁଜନର ମୁଖ୍ୟ ସନ୍ଦୀପ ଗୋଏଲ କହିଛନ୍ତି, ‘ବିସିସିଆଇର ଏବେ ମୂଳ ପୁଞ୍ଜି ୩୦ ହଜାର କୋଟି ନିକଟତର ହେଲାଣି । ବୋର୍ଡର ବାର୍ଷିକ ସୁଧ ୧ ହଜାର କୋଟିରୁ ଊଦ୍ଧ୍ୱର୍ ରହିଛି । ବର୍ଷକୁ ବର୍ଷ ବୋର୍ଡର ଆୟ ୧୦ରୁ ୧୨ ପ୍ରତିଶତ ବୃଦ୍ଧି ପାଉଛି । ଯାହା ଏକ ଉତ୍ସାହଜନକ ବିଷୟ ।’ ଆଇସିସି ଅର୍ଥ ଉପାର୍ଜନ ପାଇଁ ବିସିସିଆଇ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ । ଗତ ଅପରେସନ ସିନ୍ଦୂର ସମୟରେ ଆଇପିଏଲ୍ କିଛି ମାତ୍ରାରେ ପ୍ରଭାବିତ ହୋଇଥିଲା । କିନ୍ତୁ ଏଥିରେ କୌଣସି କ୍ଷତି ହୋଇନଥିଲା ।