ନୂଆଦିଲ୍ଲୀ,୧୪/୦୪: ଚେନ୍ନାଇ ଓ ଗୁଜରାଟ ମଧ୍ୟରେ ଖେଳାଯିବାକୁ ଥିବା ଆଇପିଏଲ୍ ମ୍ୟାଚ୍ର ଭେନ୍ୟୁ ଅଦଳ ବଦଳ କରାଯାଇଛି । ଆସନ୍ତା ୨୬ ଓ ମେ’ ୨୧ ତାରିଖରେ ଉଭୟ ଦଳ ପରସ୍ପରକୁ ଭେଟିବ । ପୂର୍ବ ସୂଚୀ ଅନୁଯାୟୀ ପ୍ରଥମ ମ୍ୟାଚ୍ ଅହମ୍ମଦାବାଦ ଏବଂ ଦ୍ୱିତୀୟ ମ୍ୟାଚ୍ ଚେନ୍ନାଇରେ ଖେଳାଯିବାର କାର୍ଯ୍ୟକ୍ରମ ରହିଥିଲା । ମାତ୍ର ୨୬ ତାରିଖରେ ଅହମ୍ମଦାବାଦରେ ମ୍ୟୁନିସିପାଲ୍ କର୍ପୋରେସନ ନିର୍ବାଚନ ରହିଛି । ତେଣୁ ପ୍ରଥମ ମ୍ୟାଚ୍ ଅହମ୍ମଦାବାଦ ପରିବର୍ତ୍ତେ ଚେନ୍ନାଇରେ ଖେଳାଯିବ ।
ସେହିପରି ଅହମ୍ମଦାବାଦ ଦ୍ୱିତୀୟ ମ୍ୟାଚ୍ ଆୟୋଜନ କରିବ । ଚେନ୍ନାଇ ୪ଟି ମ୍ୟାଚ୍ ଖେଳି ୧ ବିଜୟ ଓ ୩ ପରାଜୟ ସହ ମୋଟ ୨ପଏଣ୍ଟ ପାଇ ତାଲିକାରେ ନବମ ସ୍ଥାନରେ ରହିଛି । ଗୁଜରାଟ ୪ଟି ମ୍ୟାଚ୍ର ୨ଟି ଜିତି ୪ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି ।
ଅଧିକ ପଢ଼ନ୍ତୁ :- ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ; ୧୦% ବଢିଲା ପୁରସ୍କାର ରାଶି, ଜାଣନ୍ତୁ ବିଜେତାଙ୍କ ଉପରେ କେତେ ଟଙ୍କା ହେବ ବର୍ଷା ?