ରାଉରକେଲା,୧୪/୦୨; ବିର୍ସା ମୁଣ୍ଡା ଷ୍ଟାଡିୟମରେ ଚାଲିଥିବା ଏଫ୍ଆଇଏଚ୍ ପୁରୁଷ ପ୍ରୋ ଲିଗ୍ ବେଲଜିୟମ କ୍ରମାନ୍ୱୟରେ ତୃତୀୟ ବିଜୟ ହାସଲ କରିଛି । ଆର୍ଜେଣ୍ଟିନା ବିପକ୍ଷ ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍ରେ ଦଳ ୫-୨ ଗୋଲରେ ବିଜୟୀ ହୋଇଥିଲା । ପୂର୍ବରୁ ବେଲଜିୟମ ଆର୍ଜେଣ୍ଟିନାକୁ ୫-୩ ଏବଂ ଭାରତକୁ ୩-୧ ଗୋଲରେ ପରାସ୍ତ କରିଥିଲା । ପ୍ରଥମ କ୍ୱାର୍ଟର ଖେଳ ଗୋଲ ଶୂନ୍ୟ ରହିଥିଲା । ଦ୍ୱିତୀୟ କ୍ୱାର୍ଟରରେ ଆର୍ଜେଣ୍ଟିନା ପ୍ରଥମ ଗୋଲ୍ ଦେଇଥିଲା । ପ୍ରଥମାର୍ଦ୍ଧ ସୁଦ୍ଧା ଆର୍ଜେଣ୍ଟିନା ଗୋଟିଏ ଗୋଲ୍ ଦେଇ ଅଗ୍ରଣୀ ଲାଭ କରିଥିଲା । ତୃତୀୟ କ୍ୱାର୍ଟରରେ ବେଲଜିୟମ ପ୍ରତ୍ୟାବର୍ତ୍ତନ କରିଥିଲା । ୩୬ ଓ ୩୯ ମିନିଟରେ ୨ଟି ଗୋଲ୍ ଦେଇଥିଲା । ୪୫ ମିନିଟରେ ଆର୍ଜେଣ୍ଟିନା ଦ୍ୱିତୀୟ ଗୋଲ୍ ଦେଇ ମ୍ୟାଚ ବରାବର କରିଥିଲା ।
ଏହା ବି ପଢନ୍ତୁ...ଟି-ଟ୍ୱେଣ୍ଟି ବିଶ୍ୱକପ ରୋମାଞ୍ଚ, କାନାଡ଼ାକୁ ହରାଇ ପ୍ରଥମ ବିଜୟ ସ୍ୱାଦ ଚାଖିଲା ୟୁଏଇ
𝐌𝐀𝐓𝐂𝐇𝐃𝐀𝐘 𝐌𝐎𝐌𝐄𝐍𝐓𝐒 📸⚡
— Hockey India (@TheHockeyIndia) February 13, 2026
Argentina 🆚 Belgium
Frames from a high-intensity clash at the FIH Pro League 2025–26.#HockeyIndia #IndiaKaGame #FIHProLeague pic.twitter.com/wYyzyKprsg
କିନ୍ତୁ ଅନ୍ତିମ କ୍ୱାର୍ଟରରେ ବେଲଜିୟମ ୩ଟି ଗୋଲ୍ ଦେଇ ମ୍ୟାଚ୍ରେ ଜିତି ନେଇଥିଲା । ଆଲେକଜାଣ୍ଡର ହେନଣ୍ଡ୍ରିକ୍ସ ୪୯ ଓ ୫୪ ମିନିଟରେ ୨ଟି ଏବଂ ରୋମାନ ଦୁଭେକୋଟ ୫୫ ମିନିଟରେ ଗୋଟିଏ ଗୋଲ୍ ସ୍କୋର କରିଥିଲେ । ଆର୍ଜେଣ୍ଟିନା ସମସ୍ତ ବଳ ଲଗାଇ ଦେଇଥିଲେ ବି ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିପାରି ନଥିଲା । ଭାରତ ଆଜି ବେଜିୟମକୁ ଭେଟିବ । ପ୍ରଥମ ରାଉଣ୍ଡ ମ୍ୟାଚ୍ରେ ବେଲଜିୟମ ବିଜୟୀ ହୋଇଥିଲା । ପୁଣି ଆସନ୍ତାକାଲି ୧୫ ତାରିଖରେ ଆର୍ଜେଣ୍ଟିନା ସହ ଦ୍ୱିତୀୟ ମ୍ୟାଚ ଖେଳିବା ପରେ ଭାରତର ଘରୋଇ ମ୍ୟାଚ ଶେଷ ହେବ । ଆଜିର ମ୍ୟାଚରେ ଭାରତ ବେଲଜିୟମକୁ ପରାସ୍ତ କରି ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ ।