ନୂଆଦିଲ୍ଲୀ,୧୪/୦୨; ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ୟୁଏଇ ବିଜୟ ଖାତା ଖୋଲିଛି । ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ପରାଜିତ ହୋଇଥିବା ୟୁଏଇ ଶୁକ୍ରବ ଅନୁଷ୍ଠିତ ଗ୍ରୁପ୍ ଡି’ର ଏକ ମ୍ୟାଚରେ କାନାଡ଼ାକୁ ୫ ୱିକେଟ୍ରେ ପରାଜିତ କରିଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି କାନାଡ଼ା ୭/୧୫୦ ରନ ସଂଗ୍ରହ କରିଥିଲା । ଜବାବରେ ୟୁଏଇ ୧୯.୪ ଓଭରରେ ୫ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ୫ ୱିକେଟ୍ ନେଇ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜୁନୈଦ ସିଦ୍ଦିକି ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।
UAE's Junaid Siddique was on song with the ball as he picked up a five-for against Canada 👌
— T20 World Cup (@T20WorldCup) February 13, 2026
It is one of the @MarriottBonvoy Milestones of the #T20WorldCup. pic.twitter.com/KhFRtW4xLF
ଏହା ବି ପଢନ୍ତୁ...ରୋମାଞ୍ଚ ଭରୁଛି ଟି-ଟ୍ୱେଣ୍ଟି ବିଶ୍ୱକପ, ନେଦରଲାଣ୍ଡ୍ସକୁ ହରାଇ ଖାତା ଖୋଲିଲା ୟୁଏସ୍ଏ
ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା କାନାଡ଼ା ହର୍ଷ ଥାକରଙ୍କ ଅର୍ଦ୍ଧଶତକ ବଳରେ ୭ୱିକେଟ୍ ହରାଇ ୧୫୦ ରନ ସଂଗ୍ରହ କରିଥିଲା । ସେ ୨ଚୌକା ଓ ୩ ଛକା ବଳରେ ୫୦ ରନ୍ ପାଳି ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନଭନୀତ ଧଲିୱାଲ ୩୪ ଓ ଶ୍ରେୟାସ ମୋଭା ୨୧ ରନ କରିଥିଲେ । ଜବାବରେ ୟୁଏଇ ୬୬ ରନ୍ରେ ୪ଟି ୱିକେଟ୍ ହରାଇଥିଲା । ଓପନର ଆର୍ୟଂଶ ଶର୍ମାଙ୍କ ସହ ସୋହେବ ଖାନ ମିଶି ୮୫ ରନର ଭାଗିଦାରୀ ଗଠନ କରିବା ଫଳରେ ୟୁଏଇ ୨ଟି ବଲ ବାକି ଥାଇ ବିଜୟ ହାସଲ କରିଥିଲା । ଆର୍ୟଂଶ ୫୩ଟି ବଲ୍ରେ ୬ ଚୌକା ଓ ୩ ଛକା ବଳରେ ଅପରାଜିତ ୭୪ ଓ ସୋହେବ ୫୧ (୪ଚୌକା, ୪ଛକା) ରନ୍ କରିଥିଲେ । କାନାଡ଼ା ପକ୍ଷରୁ ସାଦ ବିନ ଜାଫର ୩ଟି ୱିକେଟ୍ ନେଇଥିଲେ ।