PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ପ୍ରତିଦିନ ପିଅନ୍ତୁ ତମ୍ବା ପାତ୍ରରେ ପାଣି, ଏହି ସବୁ ବଡ ରୋଗରୁ ମିଳିବ ମୁକ୍ତି

ନୂଆଦିଲ୍ଲୀ ୦୭/୧୦: ଆପଣ ନିଶ୍ଚୟ ଘରର ବଡମାନଙ୍କୁ ତମ୍ବା ପାତ୍ରରେ ପାଣି ପିଉଥିବାର ଦେଖିଥିବେ। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି ତମ୍ବା ପାତ୍ରରେ କାହିଁକି ପାଣି ପିଇବାକୁ କୁହାଯାଏ? ଆୟୁର୍ବେଦ ଅନୁଯାୟୀ, ତମ୍ବା ପାତ୍ରରେ ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟକୁ ଅନେକ ଲାଭ ମିଳିଥାଏ। ଏହା କେବଳ ପେଟର ଚର୍ବି ହ୍ରାସ କରିବାରେ ପ୍ରଭାବଶାଳୀ ନୁହେଁ, ବରଂ ଆପଣଙ୍କ ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି ଆଣିଥାଏ। ଆସନ୍ତୁ ଜାଣିବା ତମ୍ବା ପାତ୍ରରେ ପାଣି ପିଇବାର ଉପକାରିତା ବିଷୟରେ-

Benefits of Copper-infused Water – Sterlite Copper Blog

ହଜମ ପ୍ରକ୍ରିୟାରେ ଉନ୍ନତି :

ତମ୍ବା ପାତ୍ରରେ ପାଣି ପିଇବା ଦ୍ୱାରା ହଜମ ଶକ୍ତି ଉନ୍ନତ ହୋଇଥାଏ। ତମ୍ବା ଆପଣଙ୍କ ଶରୀରରେ ଜୀବାଣୁ ନଷ୍ଟ କରିବାରେ ପ୍ରଭାବଶାଳୀ ହୋଇଥାଏ। ଏହା ପେଟ ସଂକ୍ରମଣ, କ୍ଷତ, ଏବଂ ଅଲସର ଭଳି ସମସ୍ୟାକୁ ଦୂର କରିଥାଏ। ଯଦି ଆପଣ କୌଣସି ପେଟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ତମ୍ବା ପାତ୍ରରେ ନିୟମିତ ପାଣି ପିଅନ୍ତୁ।

ପେଟର ଚର୍ବି ହ୍ରାସ କରିଥାଏ :

ତମ୍ବା ପାତ୍ରରେ ପାଣି ପିଇବା ଦ୍ୱାରା ପେଟର ଚର୍ବି କମିଥାଏ। ତମ୍ବା ପାତ୍ରରେ ପାଣି ପିଇବା ଦ୍ୱାରା ମେଟାବୋଲିଜିମ୍ ବୃଦ୍ଧି ପାଇଥାଏ। ଏଥି ସହିତ, ଏହା ହଜମକୁ ଉନ୍ନତ କରିଥାଏ, ଯାହା ଆପଣଙ୍କ ଓଜନକୁ ନିୟନ୍ତ୍ରଣରେ ରଖିରଥାଏ।

କ୍ୟାନ୍ସର ସହ ଲଢିଥାଏ :

ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-କ୍ୟାନ୍ସର ଗୁଣ ତମ୍ବାରେ ମିଳିଥାଏ, ଯାହା କ୍ୟାନ୍ସର୍ ସେଲ୍‌ସକୁ ବଢିବାରୁ ରୋକିଥାଏ। ଏହା ଆପଣଙ୍କୁ ଫ୍ରୀ ରେଡିକାଲ୍ ଠାରୁ ମଧ୍ୟ ରକ୍ଷା କରିଥାଏ। ଯଦି ଆପଣ ନିଜ ଶରୀରକୁ ସୁସ୍ଥ ରଖିବାକୁ ଚାହାଁନ୍ତି, ତେବେ ତମ୍ବା ପାତ୍ରରେ ପାଣି ପିଅନ୍ତୁ।

ରକ୍ତହୀନତା ସମସ୍ୟା ଦୂର କରିଥାଏ :

ତମ୍ବା ଆମ ଶରୀରରେ ଆଇରନ୍ ଅଭାବକୁ ଦୂର କରିଥାଏ। ଏହା ସହିତ ରକ୍ତହୀନତା ଭଳି ଗମ୍ଭୀର ସମସ୍ୟାରୁ ମୁକ୍ତି ଦେଇଥାଏ।