କୋଲକାତା : ପଶ୍ଚିମବଙ୍ଗରେ ବିଜେପି ସରକାର ଆସିବା ଦିନରୁ ଆକ୍ସନ ମୁଡରେ ରହିଛି । ଅବୈଧ ନିର୍ମାଣ ହୋଇଥିବା କୋଠରେ ବୁଲୁଛି ବୁଲଡୋଜର ଏବଂ ଏବଂ ମାଟିରେ ମିଶୁଛି କୋଠା । ଏହାରି ଭିତରେ ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାର ଆସନସୋଲର ବର୍ଣ୍ଣପୁର ଅଞ୍ଚଳରେ ଥିବା ଏକ ଟିଏମସି କାର୍ଯ୍ୟାଳୟକୁ ଭଙ୍ଗାଯାଇଛି ।
ବର୍ଣ୍ଣପୁର ରେଲଓ୍ବେ ଷ୍ଟସନ ନିକଟରେ ରହିଥିବା କାଉନସିଲର ଅଶୋକ ରୁଦ୍ରଙ୍କ ଦଳୀୟ କାର୍ଯ୍ୟାଳୟରେ ବୁଲିଛି ବୁଲଡୋଜର । ସେ ଦୀର୍ଘଦିନ ହେବ ଟିଏମସିରୁ କାଉନସିଲର ରହି ଆସିଛନ୍ତି । ତେବେ ଏହି କାର୍ଯ୍ୟାଳୟର ଜମି ଇଣ୍ଡିଆ ଆଇରନ ଆଣ୍ଡ୍ ଷ୍ଟିଲ୍ କମ୍ପାନୀ ନାମରେ ରହିଥିଲା । ସ୍ଥାନୀୟ ପ୍ରଶାସନ ଉପସ୍ଥିତିରେ କାର୍ଯ୍ୟାଳୟକୁ ଭଙ୍ଗାଯାଇଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ପୁଲିସ ଫୋର୍ସ ମଧ୍ୟ ଉପସ୍ଥିତ ରହିଥିଲେ । ତେବେ ଏହି ପାର୍ଟି ଅଫିସ ଭଙ୍ଗାହେବା ପରେ ଏହା ଚତୁର୍ଥ ଆକ୍ସନ ହୋଇଛି । ପୂର୍ବରୁ ଏଭଳି ଟିଏମସିର ତିନୋଟି କାର୍ଯ୍ୟାଳୟ ମାଟିରେ ମିଶିଛି ।
ସେପଟେ ବିଜେପିର ଏଭଳି ଆକ୍ସନ ପରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ଟିଏମସି ପକ୍ଷରୁ ଏଭଳି ଆକ୍ରମଣାତ୍ମକ ରାଜନୀତିକୁ ସମାଲୋଚନା କରାଯାଇଛି । ଜାଣିଶୁଣି ବାଛି ବାଛି କାର୍ଯ୍ୟାଳୟ ଭଙ୍ଗାଯାଉଥିବା ନେଇ ଅଭିଯୋଗ କରିଛନ୍ତି । ପ୍ରଶାସନ ପକ୍ଷରୁ କୁହାଯାଇଛି କି, ପୂର୍ବରୁ ନୋଟିସ ହେବା ପରେ ମଧ୍ୟ ଶୁଣିନଥିଲେ । ସେଥାପିଁ ଭଙ୍ଗା ଯାଉଥିବା କୁହାଯାଇଛି । ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି କି, ଯେଉଁମାନେ ଏଭଳି ଜବରଦଖଲ କରିଥିବେ ସେ ସବୁକୁ ଆଗାମୀ ଦିନରେ ଭଙ୍ଗାଯିବ ।
ଏହାସହ ପଢ଼ନ୍ତୁ : Machhkund Power Station: ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପରେ ଅଗ୍ନିକାଣ୍ଡ: ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ, ଫସି ରହିଛନ୍ତି ୪ କର୍ମଚାରୀ