ଜୟପୁର: କୋରାପୁଟ ଜିଲ୍ଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପରେ ଅଗ୍ନିକାଣ୍ଡ। ଜଳ ବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟାଳୟ କୋଠା ପରିସର ମଧ୍ୟରେ ସର୍ଟସର୍କିଟ ହୋଇ ନିଆଁ ଲାଗିଥିବା ସୂଚନା ମିଳିଛି । ଖବର ପାଇ ଲମତାପୁଟ ଅଗ୍ନିଶମ ବାହିନି ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଅଗ୍ନିକାଣ୍ଡରେ ୪ ଜଣ କର୍ମଚାରୀ ଫସିଥିବା ଜଣାପଡିଛି । ପୂର୍ବରୁ ବି ଏହି କାର୍ଯ୍ୟାଳୟ ପରିସର ମଧ୍ୟରେ ଏପରି ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିଲା । ଏବେ ଏହି ଅଗ୍ନିକାଣ୍ଡ ଯୋଗୁଁ ବିଦ୍ୟୁତ ଉତ୍ପାଦନକୁ ବନ୍ଦ ରଖାଯାଇଛି ।
ସୂଚନା ଥାଉକି ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପରେ ଦୈନିକ ୧୨୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଛି । ପ୍ରାୟ ୨୦୦ ରୁ ଉର୍ଦ୍ଧ କର୍ମଚାରୀ କାମ କରୁଛନ୍ତି । ଶନିବାର ଅଗ୍ନିକାଣ୍ଡ ଘଟିଥିବାବେଳେ ବିଦ୍ୟୁତ ଉତ୍ପାଦନରେ ବାଧା ସୃଷ୍ଟି ହୋଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଫସି ରହିଥିବା ୪ ଜଣ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା । ଶେଷ ଖବର ସୁଦ୍ଧା ଅଗ୍ନିଶମ କର୍ମଚାରୀ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ।
ଏହାସହ ପଢ଼ନ୍ତୁ : MS Dhoni: ଧୋନୀ ହେବେ କି CSKର ପ୍ରଶିକ୍ଷକ ? ଇଶାରା ଦେଲେ ଅଶ୍ବିନୀ