ପ୍ରମୂଖ ଖବର
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

‘ ଘର ଭିତରକୁ ପଶି ଆସିଲେ , ଗାଳି ଦେଲେ ଓ ମାରପିଟି କଲେ ' : ରାଜ୍ୟପାଳଙ୍କୁ ଦୁଃଖ ଜଣାଇଲେ ପଶ୍ଚିମବଙ୍ଗ ହିଂସା ପୀଡ଼ିତ ମହିଳା

Published By : Prameya | April 18, 2025 10:38 PM

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ରାଜ୍ୟପାଳ ସିଭି ଆନନ୍ଦ ବୋଷ ମୁର୍ଶିଦାବାଦ ହିଂସାରେ ପ୍ରଭାବିତ ପରିବାରକୁ ସାକ୍ଷାତ କରିଛନ୍ତି। ଶୁକ୍ରବାର ସେ ସେମାନଙ୍କୁ ଭେଟିବା ପାଇଁ ମାଲଦା ଜିଲ୍ଲାର ଏକ ସୁରକ୍ଷା ଶିବିରରେ ପହଞ୍ଚି ଥିଲେ। ରାଜ୍ୟପାଳଙ୍କ ମୁତାବିକ , ମହିଳାମାନେ କହିଛନ୍ତି , ତାଙ୍କୁ ଧମକା ଯାଇଥିଲା ଏବଂ ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତି ତାଙ୍କ ଘରକୁ ପଶି ଆସିଥିଲେ। କେବଳ ଏତିକି ନୁହଁ , ତାଙ୍କୁ ମାରପିଟି ମଧ୍ୟ କରାଯାଇଛି ଏବଂ ଅପଶବ୍ଦର ମଧ୍ୟ ବ୍ୟବହାର ହୋଇଛି। ଆନନ୍ଦ ବୋଷ କହିଛନ୍ତି, ମୁଁ ଏହି କ୍ୟାମ୍ପରେ ରହୁଥିବା ପରିବାର ସହ ସାକ୍ଷାତ୍‌ କରି ତାଙ୍କର ସମସ୍ୟାକୁ ବିସ୍ତୃତ ଭାବେ ଶୁଣିଲି ଏବଂ   ସେମାନଙ୍କର ଭାବନା ଓ ବିଚାରକୁ ବୁଝିବାକୁ ଚେଷ୍ଟା କଲି।ସେମାନେ କଣ ଚାହାନ୍ତି ମୋତେ କହିଲେ। ନିଶ୍ଚିତ ଭାବେ ଏହାକୁ ନେଇ ପଦକ୍ଷେପ ନିଆଯିବ। 

ମୁର୍ଶିଦାବାଦ ଜିଲ୍ଲାର ଶମଶେରଗଞ୍ଜ , ସୁତି , ଧୁଲିଆନ  ଓ ଜଙ୍ଗିପୁର ଅଞ୍ଚଳରେ ୱାକଫ ସଂଶୋଧନ ଆଇନ ବିରୋଧରେ ୧୧ ଓ ୧୨ ଅପ୍ରେଲରେ ହୋଇଥିବା ବିରୋଧ ପ୍ରଦର୍ଶନ ବେଳେ ସାଂପ୍ରଦାୟିକ ହିଂସା ଆରମ୍ଭ ହୋଇଥିଲା।ଏଥିରେ ୩ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ଆସିଥିଲା। ଜିଲ୍ଲାର ଅନେକ ନିବାସୀ ଆହୁରି ହିଂସା ଉପୁଜିବାର ଆଶଙ୍କାରେ ପଡୋଶୀ ମାଲଦା ଜିଲ୍ଲା ପଳାୟନ କରିଥିଲେ। ଦଙ୍ଗା କରିବା ଓ ଭଙ୍ଗାରୁଜା କରିବାରେ ସଂପୃକ୍ତିକୁ ନେଇ ଏବେସୁଦ୍ଧା ୨୭୪ ଲୋକଙ୍କୁ ଗିରଫ କରାଯାଇଛି। ହିଂସା ପ୍ରଭାବିତ ଅଞ୍ଚଳରେ ଅର୍ଦ୍ଧ ସୈନିକ ଓ ପୁଲିସ ଫୋର୍ସ ମୁତୟନ କରାଯାଇଛି। 

ଏହି ମଧ୍ୟରେ ବିଶ୍ୱହିନ୍ଦୁ ପରିଷଦ ଶନିବାର ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛି। ଏହି ସମୟରେ ମୁର୍ଶିଦାବାଦ ଜିଲ୍ଲାରେ ସାଂପ୍ରଦାୟିକ ହିଂସାକୁ ନେଇ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରାଯିବ। ବିଶ୍ୱହିନ୍ଦୁ ପରିଷଦର ଅଧ୍ୟକ୍ଷ ଆଲୋକ କୁମାର କହିଛନ୍ତି ଯେ, ସାରା ଦେଶର ପ୍ରତି ଜିଲ୍ଲାର ମୁଖ୍ୟାଳୟରେ ସଙ୍ଗଠନର ସଦସ୍ୟ ଓ ସମର୍ଥକ ମୁର୍ଶିଦାବାଦରେ ହୋଇଥିବା ହିଂସାର ବିରୋଧରେ ଧାରଣା ଦେବେ। 

ଆଲୋକ କୁମାର ଦାବି ପୂର୍ବକ କହିଛନ୍ତି , ସଂଶୋଧିକ ନାଗରିକ ଆଇନ୍‌ (ସିଏଏ) , ତିନ୍‌ ତଲାକ୍‌ ଓ ୱାକଫ ଆଇନ୍‌ ଭଳି ଅନେକ ପ୍ରସଙ୍ଗ ଉପରେ ହିଂସାତ୍ମକ ବିରୋଧ କେବଳ ପଶ୍ଚିମବଙ୍ଗରେ ହୋଇଛି, କୌଣସି ଅନ୍ୟ ରାଜ୍ୟରେ ନୁହେଁ । ଏହା ଗଭୀର ଚିନ୍ତାର ବିଷୟ ଯେ, ଏମିତି ହିଂସା କେବଳ ପଶ୍ଚିମବଙ୍ଗରେ ହିଁ ହୋଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.