ପଟ୍ଟାମୁଣ୍ଡାଇ ୨୭।୫: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ମୁଗକଣୀ ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଗୋଖନୀ ଗାଁର ସୁମନ୍ତ ମହାନ୍ତି, ଚିଂଚିରି ଗାଁର କୁମର ବାରିକ ।ରାସ୍ତା ଢ଼ଳେଇ କାମ ସାରି ଫେରୁଥିବା ବେଳେ ଘଟିଛି ଦୁର୍ଘଟଣା ।
ରାସ୍ତା ଢ଼ଳେଇ କାମ ସାରି ଏକ ପିକଅପ ଗାଡ଼ିରେ ଯାଉଥିବା ସମୟରେ ଗାଡିଟି ଭାରସାମ୍ୟ ହରାଇ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ମୁଗକଣୀ ଗାଁ ନିକଟରେ ରାସ୍ତା ତଳକୁ ଓଲଟି ପଡିଥିଲା । ଘଟଣାସ୍ଥଳରେ ଗୋଖନୀ ଗାଁର ସୁମନ୍ତ ମହାନ୍ତି, ଚିଂଚିରି ଗାଁର କୁମର ବାରିକଙ୍କ ମୃତ୍ୟୁ ଘଟିଛି । ଅନ୍ୟ ତିନି ଜଣ ଗୁରୁତର ଅଛନ୍ତି । ତାଙ୍କୁ ଚିକିତ୍ସା ପାଇଁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
ଆହୁରି ପଢନ୍ତୁ : ୧୦୦ରୁ ଅଧିକ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କଲା ବ୍ରହ୍ମପୁର ପୁଲିସ