ଭଦ୍ରକ,୦୩/୦୧: ସାମାଜିକ ଗଣମାଧ୍ୟମରେ କିଛି ଆପତ୍ତିଜନକ ପୋଷ୍ଟ୍ କରୁଛନ୍ତି କି? ସତର୍କ ହୋଇଯାଆନ୍ତୁ । କେଉଁ ମୁହୃର୍ତ୍ତରେ ଭଦ୍ରକ ପୁଲିସ୍ ବାନ୍ଧିନେବ । ଏ ନେଇ ଭଦ୍ରକ ଜିଲ୍ଲା ପୁଲିସ ପକ୍ଷରୁ ଆଡ୍‌ଭାଇଜରି ଜାରି ହୋଇଛି । ପୁଲିସ କହିଛି, ଆପତ୍ତିଜନକ ଭିଡିଓ, ଅଡିଓ କିମ୍ବା ସାମ୍ପ୍ରଦାୟିକ ସଦ୍ଭାବନା କ୍ଷୁଣ୍ଣ ହେଲା ଭଳି ମନ୍ତବ୍ୟ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବାରେ ୟୁଜର୍ସମାନେ ନିବୃତ୍ତ ରୁହନ୍ତୁ । ଏଭଳି ନ କରିବାକୁ ପୁଲିସ ନିବେଦନ କରିଛି ।

ଆହୁରି ପଢ଼ନ୍ତୁ :-ଏପ୍‌ଷ୍ଟିନ୍ ଯୌନ କେଳେଙ୍କାରୀ ମାମଲା: ଆଉ ଜଣେ ପୀଡ଼ିତାଙ୍କ ଛାତିଥରା ବୟାନ, ଆଣ୍ଡ୍ର୍ୟୁଙ୍କ ସହ ସମ୍ପର୍କ ରଖିବା ପାଇଁ ବ୍ରିଟେନ୍ ପଠାଯାଉଥିଲା

ଯଦି କେହି କରୁଛି, ତାହାଲେ ଆଇନ ଅନୁଯାୟୀ ଦଣ୍ଡ ଦିଆଯିବ । ଏଭଳି ବ୍ୟକ୍ତିଙ୍କ ଉପରେ ଜିଲ୍ଲା ପୁଲିସ ନଜର ରଖିଛି । ଏ ଭଳି ମନ୍ତବ୍ୟ କାହା ନଜରକୁ ଆସିଲେ ଜିଲ୍ଲା ପୁଲିସକୁ ଜଣାଇବାକୁ କୁହାଯାଇଛି । ଏଥିପାଇଁ ଫୋନ ନମ୍ବର ୮୪୮୦୬୯୩୭୯୧ ଜାରି କରାଯାଇଛି । ଏଥିରେ ସମ୍ପୃକ୍ତ ପୋଷ୍ଟ ଲିଙ୍କ୍, ସ୍କ୍ରିନ୍‌ସଟ୍ ବା ମନ୍ତବ୍ୟ ପୁଲିସ୍‌କୁ  ପଠାଇ ପାରିବେ । ସୂଚନାଦାତାଙ୍କ ନାମ ଓ ଠିକଣା ଗୋପନ ରଖା ଯିବ । ପୁଲିସ୍‌ର ଏଭଳି ପ୍ରୟାସକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ଗତ କିଛି ଦିନ ଧରି ଭଦ୍ରକ ଜିଲ୍ଲାରେ ସୋସିଆଲ ମିଡିଆରେ ପତିଆରା ୱାର ଚାଲିଥିଲା, ଯାହାକୁ ନେଇ ଗୁଇନ୍ଦା ବିଭାଗ ନଜର ରଖିଥିଲା । ଭାଇଚାରା ଓ ସଦ୍ଭାବନା ବଜାୟ ରଖିବା ପାଇଁ ସୋସିଆଲ ମିଡିଆ ୟୁଜର୍ସ ପାଇଁ ପୁଲିସ୍ ଏଭଳି ପଦକ୍ଷେପ ନିଆଯାଇଥିବା ବେଳେ ଅମାନିଆ ଛାନିଆ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ :- ଟ୍ରାଫିକ୍ ପୋଷ୍ଟରେ ବି ହାତରୁ ଛାଡ଼ୁ ନାହାନ୍ତି ମୋବାଇଲ୍,ଦାୟିତ୍ୱ ଛାଡ଼ି ଫଟୋ ଉଠାରେ ବ୍ୟସ୍ତ ପୁଲିସ