କୋଣାର୍କ,୨୫/୧୨: ପୁରୀ ଜିଲ୍ଲା ମୁଖ୍ୟ କାରାଗାରରେ କଏଦୀଙ୍କୁ ଭଗବତ ଗୀତା ବଣ୍ଟନ । ଇସ୍କନ ପକ୍ଷରୁ ବାଙ୍ଗର ସ୍ଥିତ ମୁଖ୍ୟ କାରାଗାରରେ ବିଭିନ୍ନ ଅପରାଧରେ ବନ୍ଦୀ ଜୀବନ ବିତାଉଥିବା ୩୦୦ରୁ ଉର୍ଦ୍ଧ୍ୱ କଏଦୀଙ୍କୁ ଗୀତା ସହ ନାମମାଳା ବଣ୍ଟନ କରାଯାଇଛି ।ଆଧ୍ୟାତ୍ମିକତା ମାର୍ଗକୁ ଆପଣେଇ ନିଜ ଜୀବନକୁ ପରିବର୍ତ୍ତନ କରିବା ଉଦ୍ଦେଶ୍ୟରେ କଏଦୀଙ୍କୁ ଏହା ବଣ୍ଟାଯାଇଛି। ଜୀବନ ପରିବର୍ତ୍ତନ ପାଇଁ ଭଗବତ ଗୀତା ପଠନ କରିବା ସହ ରାମ ନାମ ମହାମନ୍ତ୍ର ଜପ କରିବା ପାଇଁ କଏଦୀ ମାନଙ୍କୁ ଇସ୍କନର ପ୍ରଚାରକମାନେ ପ୍ରବର୍ତ୍ତାଇଥିଲେ । ଏହି ଅବସରରେ ଇସ୍କନ ପକ୍ଷରୁ କଏଦୀମାନଙ୍କୁ ପ୍ରସାଦ ମଧ୍ୟ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜେଲ ସୁପରିଟେଣ୍ଡେଣ୍ଟ ସଞ୍ଜୟ କୁମାର ବର୍ମା ,ଜିଲ୍ଲାର ବିକାଶ ସାହୁ ଓ ଜେଲ ୱେଲଫେୟାର ଅଫିସର ମାନସ ରଞ୍ଜନ ପୁଷ୍ପାଳକ ଜେଲ ଫାର୍ମାସିଷ୍ଟ ପ୍ରଦୀପ କୁମାର ମହାପାତ୍ର ଉପସ୍ଥିତ ଥିବାବେଳେ ବୃନ୍ଦାବନରୁ ଆସିଥିବା ଇସ୍କନ ପ୍ରଚାରକ ଦ୍ଵିଜରାଜ ଦାସ, ରାଧାନନ୍ଦ ଦାସ, ପାର୍ଥସାରଥୀ ଦାସ, ପ୍ରସନ୍ନଗୌରାଙ୍ଗ ଦାସ ଓ ପ୍ରମୋଦ ବିହାରୀ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।