ଭବାନୀପାଟଣା,୮।୬: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ  ପଡିଛନ୍ତି ଜଣେ ମହିଳା କର୍ମଚାରୀ। ମହିଳା କର୍ମଚାରୀ ଜଣକ ହେଲେ  ଭବାନୀପାଟଣା ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗର ଭିବିଜି-ରାମଜି ଆସିଷ୍ଟାଣ୍ଟ ପ୍ରିୟଙ୍କା ଜେନା ।  ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୋମବାର ସ୍ଥାନୀୟ ଇରିଗେଶନ କଲୋନୀ ଛକରେ ଭିଜିଲାନ୍ସ ବିଭାଗ ଧରିଛି।

ଅଭିଯୋଗ ଅନୁଯାୟୀ, ଏକ ଫାର୍ମ ପଣ୍ଡ (ପୋଖରୀ) କାମ ଶେଷ ହେବା ପରେ ବିଲ୍ ପାସ୍ କରାଇଦେବା ନାଁରେ ସେ ଜଣେ ହିତାଧିକାରୀଙ୍କ ଠାରୁ ପିସି ଦାବି କରିଥିଲେ। ବିଲ୍ ପାସ୍ ପାଇଁ ୩୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସୋମବାର ଲାଞ୍ଚ  ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲେ। ଘଟଣା ପରେ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

ଆହୁରି ପଢନ୍ତୁ : ନିଖୋଜ ୨୬ ଦିନ ପରେ ଜଙ୍ଗଲରୁ ଯୁବତୀଙ୍କ କଙ୍କାଳ ଉଦ୍ଧାର, ହତ୍ୟା କରି ପୋତି ଦେଇଥିଲା ପ୍ରେମିକ