ନୂଆଦିଲ୍ଲୀ,୮।୬: ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶ କୁହାଯାଉଥିବା ଆମେରିକା ପୁଣିଥରେ କୌଣସି ଅନ୍ୟଦେଶର ଜମି କିଣିବା ଉପରେ ବିଚାର କରୁଛି। ରିପୋର୍ଟ ଅନୁସାରେ, ରାଷ୍ଟ୍ରପତି ଡୋନାଲ୍ହୋ ଟ୍ରମ୍ପ ପ୍ରଶାସନ ଭାରତ ମହାସାଗରରେ ଥିବା ‘ଚାଗୋସ୍ ଦୀପ’କୁ କିଣିବା ପାଇଁ ବିକଳ୍ପ ଭାବରେ ଚର୍ଚ୍ଚା ହେଉଛି। ଯଦି ଏଭଳି ହୁଏ ତେବେ ୧୯୧୭ ପରେ ପ୍ରଥମ ଥର ହେବ, ଯେତେବେଳେ ଆମେରିକା କୌଣସି ଅନ୍ୟ ଦେଶର ଅଞ୍ଚଳକୁ କିଣିବ। ଏହା ପୂର୍ବେ ପ୍ରାୟ୧ ୦୯ ବର୍ଷ ପରେ ଆମେରିକା ସେନା ଏହି ପଦକ୍ଷେପ ନେଇଛି।

‘ଚାଗୋସ୍ ଦ୍ୱୀପପୁଞ୍ଜ’ ବର୍ତ୍ତମାନ ବ୍ରିଟେନ ନିୟନ୍ତ୍ରଣରେ ରହିଛି ଓ ଏହାକୁ ବ୍ରିଟିସ୍ ଓଭରସିଜ୍ ଟେରିଟୋରି ବୋଲି ମନେକରାଯାଏ। ଏହି ଅଞ୍ଚଳ ଏଥିପାଇଁ ଗୁରୁତ୍ବପୂର୍ଣ୍ଣ କାରଣ ଏହା ଡିଏଗୋ ଗାର୍ସିଆ ନାମକ ଏକ ବଡ଼ ସାମରିକ ଆଡ୍ହା ଥିଲା, ଯାହାର ବ୍ୟବହାର ଆମେରିକା ଓ ବ୍ରିଟେନ୍ ଏକାଠି କରୁଥିଲେ। ଭାରତ ମହାସାଗରରେ ଥିବା ଏହି ବେସ୍ ଆମେରିକାର ସାମରିକ ରଣନୀତି ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ ବୋଲି ମନେକରାଯାଏ।

ଆମେରିକା ପୂର୍ବରୁ ବି ବହୁବାର ଅନ୍ୟ ଦେଶକୁ ଜମି କିଣି ସାରିଛି। ୧୮୦୩ ରେ ଆମେରିକା ଫ୍ରାନ୍ସର ‘ଲୁଇସିୟାନା’ କିଣିଥିଲା। ଯାହା ଦ୍ବାରା ଏହାର କ୍ଷେତ୍ରଫଳର ପ୍ରାୟ ଦୁଇଗୁଣା ହୋଇଯାଇଥିଲା। ଏହାପରେ ୧୮୬୭ ରେ ରୁଷରୁ ଆଲାସ୍କା କିଣିଥିଲା। ଆଲାସ୍କା ଆମେରିକାର ପ୍ରାକୃତିକ ସମ୍ଭଳ, ଆଣ୍ଟାର୍କଟିକା ପର୍ଯ୍ୟନ୍ତ ପହଁଞ୍ଚିବାର ଓ ସାମରିକ ସୁବିଧା ଦେଇଥିଲା। ଆମେରିକା ଶେଷରେ ବଡ ଜମି ୧୯୧୭ ରେ କିଣିଥିଲା। ଯେତେବେଳେ ସେ ଡେନମାର୍କରୁ ଡେନିଶ୍ ଓ୍ବେଷ୍ଟ ଇଣ୍ଡିଜ୍ କିଣିଥିଲା, ଯାହାକି ଆଜି ‘ୟୁଏଏସ୍ ଭର୍ଜିନ ଆଇଲ୍ୟାଣ୍ଡ’ ବୋଲି କୁହାଯାଉଛି। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଦୁନିଆରେ ଦେଶର ସୀମାକୁ ନେଇ ନିୟମ ବଦଳି ଯାଇଛି। ଜାତିସଂଘ ତିଆରି ହେବାପରେ କୁହାଯାଉଛି ଯେ, କୌଣସି ଦେଶର ଜମିକୁ କିଣିବା କିମ୍ବା ବିକ୍ରିର ଜିନିଷ ବୋଲି ମାନିହେବନି। କୌଣସି କ୍ଷେତ୍ର ଉପରେ ନିୟନ୍ତ୍ରଣ ପାଇଁ ଆଇନଗତ ଚୁକ୍ତିନାମା ସେଠାର ଲୋକଙ୍କ ଇଛା ଜରୁରୀ ହୋଇଥାଏ।

ଅନ୍ତର୍ଜାତୀୟ ନ୍ୟାୟାଳୟ (ଆଇସିଜେ) ବ୍ରିଟେନକୁ କହିଛି ସେ ଚାଗୋସ୍ ଦ୍ୱୀପପୁଞ୍ଜ ମରିସସ୍‌କୁ ଦେଉ, କିନ୍ତୁ ଟ୍ରମ୍ପ ପ୍ରଶାସନ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇ ନାହିଁ। ଆମେରିକାକୁ ଭୟ ରହିଛି ଯଦି ଚାଗୋସ୍ ମରିସସ୍ ପାଖକୁ ଯିବ ତେବେ ସେଠାରେ ଥିବା ଆମେରିକା-ବ୍ରିଟେନ୍‌ର ସାମରିକା ଆଡ୍ହା ଉପରେ ଚୀନ୍‌ର ପ୍ରଭାବ ବଢିଯିବ। ରିପୋର୍ଟ ଅନୁସାରେ, ଟ୍ରମ୍ପ କହିଛନ୍ତି ଯେ, ବହୁ ଅନ୍ତର୍ଜାତୀୟ ସମସ୍ୟାର ସମାଧାନ ବ୍ୟାପରିକ ଚୁକ୍ତି ଭଳି କରାଯାଏ। ଏହି କାରଣୁ ଚାଗୋସ୍ କିଣିବାର ବିଚାର ସାମନାକୁ ଆସିଛି। ଟ୍ରମ୍ପ ପୂର୍ବରୁ ଗ୍ରୀନଲାଣ୍ଡ କିଣିବାର ଇଛା ପ୍ରକାଶ କରିସାରିଛନ୍ତି।

ଆହୁରି ପଢନ୍ତୁ : Middle East War: ମଧ୍ୟ-ପ୍ରାଚ୍ୟରେ ମହାଯୁଦ୍ଧର ସାଇରନ୍, ବିଶ୍ୱ ଅର୍ଥନୀତିକୁ ବୁଡ଼ାଇବ କି ଇରାନ-ଇସ୍ରାଏଲ ଯୁଦ୍ଧ ?