ବଡ଼ବିଲ, ୭।୬ : ହତ୍ୟାର ୨୬ ଦିନ ପରେ ଜଙ୍ଗଲରୁ ଯୁବତୀଙ୍କ କଙ୍କାଳ ଉଦ୍ଧାର । ପ୍ରେମିକାକୁ ଧାରୁଆ ଛୁରୀରେ ବିଭତ୍ସ ହତ୍ୟା ପରେ ଜଙ୍ଗଲରେ ପୋତିଦେଇ ଥିଲା ପ୍ରେମିକ । ହତ୍ୟାର ୨୬ ଦିନ ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟି ତଳୁ ଯୁବତୀଙ୍କ କଙ୍କାଳ ଉଦ୍ଧାର କରିଛି ପୋଲିସ। ବଡ଼ବିଲ ଥାନା ଭଦ୍ରାସାହି ପଞ୍ଚାୟତ ଝାଡ଼ଗାଁରେ ଏହି ଘଟଣା ଘଟିଛି। ମୃତ ଯୁବତୀ ଜଣକ ହେଉଛନ୍ତି ଅନିତା ମହାକୁଡା। ଘଟଣାରେ ଅଭିଯୁକ୍ତ ପ୍ରେମିକ ସଂଗ୍ରାମ ଆଲଦାକୁ ପୋଲିସ ଗିରଫ କରିଛି।
ଗତ ମେ ୧୧ ତାରିଖରୁ ଅନିତା ନିଖୋଜ ଥିଲା। ଅଭିଯୁକ୍ତ ପ୍ରେମିକ ସଂଗ୍ରାମକୁ ଗିରଫ କରିବା ପରେ ସାମ୍ନାକୁ ଆସିଥିଲା ପୂରା ଘଟଣା । ଆଜି ମାଜିଷ୍ଟ୍ରେଟ୍ ଓ ଫୋରେନ୍ସିକ୍ ଟିମ୍ ସହ ଅଭିଯୁକ୍ତକୁ ନେଇ ପୋଲିସ ଘଟଣାସ୍ଥଳରେ ସିନ୍ ରିକ୍ରିଏସନ କରିଛି । ରଇଡ଼ା ସିଦ୍ଧମଠ ସଂରକ୍ଷିତ ଜଙ୍ଗଲର ଏକ ଖାତରୁ ମାଟି ଖୋଳି ଅନିତାଙ୍କ କଙ୍କାଳ ଉଦ୍ଧାର କରାଯାଇଛି । ଏହା ସହ ଘଟଣାରେ ବ୍ୟବହୃତ ବାଇକ୍, ଧାରୁଆ ଅସ୍ତ୍ର, ଯୁବତୀଙ୍କ ଚପଲ ମଧ୍ୟ ଜବତ କରିଛି ପୋଲିସ ।
ପୁଲିସ ସୂଚନା ଅନୁଯାୟୀ ଗତ ମେ ୧୧ ତାରିଖରେ ଅନିତାକୁ ସାହି ନିକଟସ୍ଥ ଫୁଟବଲ ପଡ଼ିଆ ପାଖ ଜଙ୍ଗଲ କେନ୍ଦୁଗଛ ମୂଳକୁ ସଂଗ୍ରାମ ଡାକି ସେଠାରେ ଧାରୁଆ ଛୁରୀରେ ହତ୍ୟା କରିଥିଲା । ଏହାପରେ ପ୍ରମାଣ ନଷ୍ଟ ପାଇଁ ରକ୍ତଭିଜା ପୋଷାକକୁ ବଳିତା ଡ୍ୟାମରେ ଫିଙ୍ଗି ଦେଇଥିଲା। ପରେ ରାତି ଅନ୍ଧାରରେ ଶବକୁ ବାଇକରେ ଲଦି ୫ କିଲୋମିଟର ଦୂର ରଇଡ଼ା ସିଦ୍ଧମଠ ଜଙ୍ଗଲରେ ପୋତି ଦେଇଥିଲା । ଅନ୍ୟ ଜଣେ ଯୁବକଙ୍କ ସହ ଅନିତାଙ୍କର ପ୍ରେମ ସମ୍ପର୍କ ଥିବା ସନ୍ଦେହ କରି ଅନିତାଙ୍କୁ ଛୁରୀରେ ହତ୍ୟା କରିଥିବା ସଂ କହିଛି।
ଆହୁରି ପଢନ୍ତୁ : ବାଇକକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ବାପା-ଝିଅଙ୍କ ଜୀବନ