ମୁମ୍ବାଇ,୧୮/୧ : ଆଜିର ଏଆଇ ଯୁଗରେ ଅନେକ ଫଟୋକୁ ନେଇ ଚର୍ଚ୍ଚା ଦେଖାଯାଇଥାଏ । ମାତ୍ର ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିବା ଫଟୋ କିମ୍ବା ମେସେଜରେ କେତେ ସତ୍ୟତା ରହିଛି ତାକୁ କେହି ଖୋଜିବାକୁ ନାରାଜ ଥାଆନ୍ତି । ଏଭଳି ଏକ ଖବର ଏବେ ଭୋଜପୁରୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଚର୍ଚ୍ଚାର ଖୋରାକ ପାଲଟିଛି । ଯାହାକୁ ଶୁଣିଲେ ଆପଣମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ ।
ଭୋଜପୁରୀ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ ଜଣାଶୁଣା ଅଞ୍ଜନା ସିଂହ ସବୁବେଳେ ନିଜ ପ୍ରଫେଶନାଲ ଲାଇଫରୁ ଅଧିକ ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏହା ମଧ୍ୟରେ ତାଙ୍କ ସହ ଯୋଡ଼ି ହୋଇଥିବା ଏକ ଆଶ୍ଚର୍ଯ୍ୟ ଜନକ ଖବର ସାମ୍ନାକୁ ଆସିଛି । ଗତ ଦିନରେ ସୋସିଆଲ ମିଡ଼ିଆରେ ଏକ ଏଭଳି ଖବର ଭାଇରାଲ ହୋଇଛି ଯାହା କେବଳ ତାଙ୍କ ଫ୍ୟାନ୍ସଙ୍କୁ ନୁହେଁ ବରଂ ପୁରା ଇଣ୍ଡଷ୍ଟ୍ରିକୁ ଆଶ୍ଚର୍ଯ୍ୟ କରି ରଖିଦେଇଛି ।
ପ୍ରକାଶ ଯେ, ସୋସିଆଲ ମିଡ଼ିଆରେ ଏହା କୁହାଯାଉଛି କି ଅଞ୍ଜନା ସିଂହ ଏବେ ଆମ ଗହଣରେ ନାହାନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡ଼ିଆରେ ଶୋକର ଛାୟା ଖେଳିଯାଇଛି । ଫ୍ୟାନ୍ସ ଇମୋଶନାଲ ହୋଇ ନିଜ ରିଆକ୍ସନ ଦେବାକୁ ଲାଗିଥିଲେ । ମାତ୍ର ପରେ ଏହି ଖବର ପଛରେ ସତ୍ୟତା କିଛି ଭିନ୍ନ ବାହାରିଥିଲା ।
ନିଜ ଅଫିସିଆଲ ଇଷ୍ଟାଗ୍ରାମ ଆକାଉଣ୍ଟରେ ଏବେ ଅଞ୍ଜନା ସିଂହ ଏହି ବିଷୟରେ ନିଜର ରିଆକ୍ସନ ଦେଇଛନ୍ତି । ଏହାସହ ଏହି ଉଡ଼ା ଖବରକୁ ଖାରଜ କରିଛନ୍ତି । ପ୍ରକାଶ ଯେ, ସୋସିଆଲ ମିଡ଼ିଆରେ ଅଞ୍ଜନା ସିଂହଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଫଟୋକୁ ଦେଖି ଯେ କେହି ବି ଆଶ୍ଚର୍ଯ୍ୟ ହେବାରେ ଲାଗିଛନ୍ତି ।