ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଶ୍ରୀକ୍ଷେତ୍ରେ ଭଉଁରି ମହୋତ୍ସବ, ୨୧ ଘେରା ନାବ କ୍ରୀଡ଼ା କରିବେ ଠାକୁରେ

Published By : Prameya | May 19, 2025 8:19 AM

ପୁରୀ,୧୯/୦୫: ସୋମବାର ଶ୍ରୀକ୍ଷେତ୍ରେ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ବିଶେଷ ଆକର୍ଷଣ ଭଉଁରି ମହୋତ୍ସବ । ପାରମ୍ପରିକ ପଟୁଆରରେ ବଡ଼ଦାଣ୍ଡରେ ଉଭାହେବେ ଚନ୍ଦନ ଦଶ ଠାକୁରେ । ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ସମୟ ଅନୁସାରେ ଅପରାହ୍ନ ୨ଟାରେ ଚନ୍ଦନ ଠାକୁର ବିମାନକୁ ବିଜେ  କରିବେ । ସାଢ଼େ ୨ଟାରେ ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ଠାକୁରଙ୍କ ବିମାନ ଉଠିବ । ସହସ୍ରାଧିକ ଶ୍ରଦ୍ଧାଳୁ ଓ ସାଧୁସନ୍ଥଙ୍କ ଗହଣରେ ନରେନ୍ଦ୍ର ଚକଡ଼ାରେ  ପହଞ୍ଚିବେ ଚନ୍ଦନ ଠାକୁର । ମଦନମୋହନ, ଲକ୍ଷ୍ମୀ ସରସ୍ୱତୀ, ଶ୍ରୀରାମକୃଷ୍ଣଙ୍କ ସହ ପଞ୍ଚମହାଦେବ ନନ୍ଦା ଓ ଭଦ୍ରାରେ ଅଧିଷ୍ଠିତ ହୋଇ ନରେନ୍ଦ୍ର ଜଳରେ ୨୧ ବାର ଚାପ କ୍ରୀଡ଼ା କରିବେ ।  

ଠାକୁରଙ୍କ ଏହି ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନୀତି ନିର୍ଘଣ୍ଟ ଧାର୍ଯ୍ୟ  ହୋଇଛି । ୧୨ଟାରୁ ଅପରାହ୍ନ ୧ଟା ମଧ୍ୟରେ ଯାତ ଭୋଗ ସରିବ । ସାଢ଼େ୧ଟାରେ  ନକ୍ଷେତ୍ର ବନ୍ଦାପନା । ୧ଟା୪୫ମିନିଟ୍‌ରେ ଜୟବିଜୟ ଦ୍ୱାର ନିକଟରେ ଭୋଗ ବନ୍ଦାପନା  ଅନୁଷ୍ଠିତ ହେବ । ଏହାପରେ ଚନ୍ଦନକୁ ଠାକୁରେ ବିଜେ ହେବେ । ବିମାନ ଉଠିବା  ସମୟ ରହିଛି ଅପରାହ୍ନ ସାଢ଼େ ୨ଟା । ଏହି ଅବସରରେ ଠାକୁରଙ୍କ ଜଳଲାଗି, ଦିଅଁ  ଚନ୍ଦନ କୁଣ୍ଡକୁ ବିଜେ, ଚନ୍ଦନ କୁଣ୍ଡରୁ ବାହାରିବା, ବେଶ, ଶୀତଳ ଭୋଗ, ମାଣ୍ଡୁଅ  ଭୋଗ, ବିଡ଼ିଆ ମଣୋହୀ, ବନ୍ଦାପନା ଆଦି ନୀତି ଅନୁଷ୍ଠିତ ହେବ । ଏହାପରେ  ମଦନମୋହନ, ଲକ୍ଷ୍ମୀ ସରସ୍ୱତୀ ଓ ରାମକୃଷ୍ଣ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିବେ । ପଞ୍ଚମହାଦେବ ନିଜ ନିଜ ଆସ୍ଥାନକୁ ଫେରିଯିବେ । ଏହି ଧାର୍ମିକ ସମାବେଶରେ  ସାଧୁସନ୍ଥଙ୍କ ସହ ଶ୍ରଦ୍ଧାଳୁ ବୃନ୍ଦ ଠାକୁରଙ୍କ ସାନ୍ନିଧ୍ୟ ଲଭିବେ । ତେବେ ଏହି ଧାର୍ଯ୍ୟ  ସମୟ କେବଳ ସୂଚନା ପାଇଁ ଉଦ୍ଦିଷ୍ଟ । ଅସଲ ନୀତି ସମୟ ଭଉଁରି ଦିନ ଠାକୁରଙ୍କ  ନୀତି ଉପରେ ନିର୍ଭରଶୀଳ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.