ହୋବାର୍ଟ,୨୮/୦୧: ହୋବାର୍ଟ ହରିକେନ୍ସ ପ୍ରଥମ ଥର ବିଗ୍‌ ବାସ୍‌ ଲିଗ୍‌ ଚାମ୍ପିଅନ୍‌ ହେବାର ଗୌରବ ଲାଭ  କରିଛି । ସୋମବାର ଅନୁଷ୍ଠିତ ଫାଇନାଲ୍‌ ମୁକାବିଲାରେ ଦଳ ୭ ୱିକେଟ୍‌ରେ ସିଡନୀ ଥଣ୍ଡରକୁ ପରାସ୍ତ କରିଥିଲା ।  ଓପନର ମିଚେଲ ଓୱେନ ଶତକୀୟ  ଇନିଂସ୍‌ ଖେଳି ଦଳକୁ ଚାମ୍ପିଅନ୍‌  କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ  କରିଥିଲେ ।

ବ୍ୟାଟିଂ ଆମନ୍ତ୍ରଣ ପାଇ ସିଡନୀ ଥଣ୍ଡର  ୭ ୱିକେଟ୍‌ ହରାଇ ୧୮୨ରନ୍‌ ସଂଗ୍ରହ  କରିଥିଲା । ଦଳ ପକ୍ଷରୁ ଜାସନ ସାଙ୍ଘା  ୬୭ (୫ଚୌକା, ୨ଛକା), ଡେଭିଡ୍‌  ୱାର୍ଣ୍ଣର ୪୮ (୫ଚୌକା, ୧ଛକା), ସାମ୍‌  ବିଲିଙ୍ଗ୍‌ସ ୨୦, ଓଲିଭର ଡେଭିସ୍‌ ୨୬  ରନ୍‌ କରିଥିଲେ । ହରିକେନ୍ସ ପକ୍ଷରୁ ରିଲି ମେରେଡିଥ୍‌ ଓ ନାଥାନ ଏଲିସ୍‌  ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ୍‌  ଅକ୍ତିଆର କରିଥିଲେ । 

୧୮୩ରନ୍‌ ବିଜୟ ଲକ୍ଷ୍ୟର ପିଛା କରି  ହରିକେନ୍ସ ୩୫ଟି ବଲ୍‌ ବାକି ଥାଇ ୩  ୱିକେଟ୍‌ ବିନିମୟରେ ଆବଶ୍ୟକ ରନ୍‌  ସଂଗ୍ରହ କରି ନେଇଥିଲା । ଦଳ ପକ୍ଷରୁ  ଓୱେନ ୪୨ଟି ବଲ୍‌ରୁ ୧୦୮ରନ୍‌ର  ଧୂଆଁଧାର ଇନିଂସ୍‌ ଖେଳିଥିଲେ । ତାଙ୍କ  ଇନିଂସ୍‌ରେ ୬ଟି ଚୌକା ଓ ୧୧ଟି ଛକା  ସାମିଲ ରହିଥିଲା । ଅନ୍ୟମାନଙ୍କ ମଧ୍ୟରେ  ବେନ୍‌ ମ୍ୟାକ୍‌ଡର୍ମୋଟ ଅପରାଜି୩  ୧୮, ମାଥ୍ୟୁ ୱେଡ୍‌ ଅପରାଜିତ ୩୨  (୫ଚୌକା, ୧ଛକା) ରନ୍‌ କରିଥିଲେ ।