ନୂଆଦିଲ୍ଲୀ,୧୭/୧୨: ଆବୁଧାବିରେ ଅନୁଷ୍ଠିତ IPL ମିନି-ନିଲାମୀରେ କୋଲକାତା ନାଇଟ୍ ରାଇଡର୍ସ ୨୦୨୬ ସିଜିନ ପାଇଁ ମୋଟ ୧୩ ଜଣ ଖେଳାଳିଙ୍କୁ ସେମାନଙ୍କ ଦଳରେ ସାମିଲ କରିଛି । ୬୪.୩୦ କୋଟି ଟଙ୍କା ଖର୍ଚ୍ଚ କରିଛି । ଅଷ୍ଟ୍ରେଲୀୟ ଅଲରାଉଣ୍ଡର କ୍ୟାମେରନ ଗ୍ରୀନଙ୍କୁ ୨୫.୨୦ କୋଟି ଟଙ୍କାରେ କିଣି ଇତିହାସ ରଚିଛି । ଏହି ୧୩ ଜଣ ଖେଳାଳିଙ୍କ ମଧ୍ୟରେ ଗୋଟିଏ ନାମ ଥିଲା । ବିହାର ପୂର୍ବତନ ସାଂସଦ ପପୁ ଯାଦବଙ୍କ ପୁଅ ସାର୍ଥକ ରଞ୍ଜନ । ସାର୍ଥକ ରଞ୍ଜନଙ୍କୁ କୋଲକାତା ୩୦ ଲକ୍ଷ ଟଙ୍କା ବେସ୍ ପ୍ରାଇସରେ କିଣି ଦଳରେ ସାମିଲ କରିଛି । ରାଜେଶ ରଞ୍ଜନ ତଥା ପପୁ ଯାଦବ ନାମରେ ପରିଚିତ ପୂର୍ବତନ ସାଂସଦ ପୁଅର ସଫଳତା ପରେ ଅଲଗା ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି ।
ପୁଅ KKRରେ ଯୋଗ ଦେବା ପରେ ପପୁ ଯାଦବ ବହୁତ ଖୁସି ହୋଇଛନ୍ତି । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ତାଙ୍କ ପୁଅକୁ ଅଭିନନ୍ଦନ ଜଣାଇଛନ୍ତି । ପପୁ ଯାଦବ ଲେଖିଛନ୍ତି, "ବଧେଇ, ପୁଅ ! ଖେଳରେ ଦମଦାର ପ୍ରଦର୍ଶନ କର । ତୁମର ପ୍ରତିଭାରେ ନିଜସ୍ୱ ପରିଚୟ ସୃଷ୍ଟି କର ଏବଂ ତୁମର ଇଚ୍ଛା ପୂରଣ କର ! ଏବେ, ଆମେ ସାର୍ଥକ ନାମରେ ପରିଚିତ ହେବୁ !"
କହି ରଖୁଛି, ଆଇପିଏଲ ୨୦୨୬ ମିନି ନିଲାମୀ ପାଇଁ ବଲିଉଡ଼ କିଙ୍ଗ ଶାହରୁଖ ଖାନଙ୍କ କୋଲକାତା ନାଇଟ୍ ରାଇଡର୍ସ ୧୩ ଖେଳାଳିଙ୍କୁ ଟିମରେ ସାମିଲ କରିଛି । ବିହାର ପୂର୍ବତନ ସାଂସଦ ପପୁ ଯାଦବଙ୍କ ପୁଅ ସାର୍ଥକ ରଞ୍ଜନଙ୍କୁ କେକେଆର ବେସ୍ ପ୍ରାଇସ ୩୦ ଲକ୍ଷ ଟଙ୍କାରେ କିଣିଛି । ସାର୍ଥକ ରଞ୍ଜନ ଦିଲ୍ଲୀ ପାଇଁ ଘରୋଇ କ୍ରିକେଟରେ ଲିଷ୍ଟ-ଏ ଏବଂ ଟି-ଟ୍ୱେଣ୍ଟି ମ୍ୟାଚ ଖେଳିଛନ୍ତି ।
ସାର୍ଥକଙ୍କ କ୍ରିକେଟ କ୍ୟାରିୟର- ସାର୍ଥକ ରଞ୍ଜନ ଦିଲ୍ଲୀ ଏବଂ ଘରୋଇ କ୍ରିକେଟ ଖେଳିଛନ୍ତି । ଘରୋଇ କ୍ରିକେଟରେ ୨ଟି ଫାଷ୍ଟ କ୍ଲାସ, ୪ ଲିଷ୍ଟ-ଏ ଏବଂ ୫ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳିଛନ୍ତି । ଫାଷ୍ଟ କ୍ଲାସ କ୍ରିକେଟରେ ସାର୍ଥକ ରଞ୍ଜନଙ୍କ ନାମରେ ୨୮ ରନ୍ ରହିଛି । ଆଭରେଜ ୯.୩୩ ରହିଛି । ଲିଷ୍ଟ-ଏରେ ତାଙ୍କ ନାମରେ ୨୬.୨୫ ଆଭରେଜରେ ୧୦୫ ରନ ରହିଛି । ଟି-ଟ୍ୱେଣ୍ଟି କ୍ରିକେଟରେ ସେ ୧୩.୨୦ ଆଭରେଜରେ ୬୬ ରନ୍ କରିଛନ୍ତି ।