ପାଟନା,୧୪/୧୧; ବିହାରରେ ବଡ଼ ବିଜୟ ମୁହାଁ ବିଜେପି । ସସସ୍ତଙ୍କୁ ପଛରେ ପକାଇ ବିହାର ଗଡ଼ ଦଖଲ କରିବାକୁ ଦୌଡୁଛନ୍ତି ଏନ୍‌ଡ଼ିଏର ସହଯୋଗୀ ଦଳ । ଏନଡିଏର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଏବେ ସୁଦ୍ଧା ଟ୍ରେଣ୍ଡ ଅନୁସାରେ ଏନଡିଏସ ସ୍ପଷ୍ଟ ବହୁମତ ହାସଲ କରିବ । ଏକଜିଟ୍ ପୋଲ୍ ଆକଳନ ଏକଜାଟ୍ ହେବାକୁ ଆଉ ଅଳ୍ପ ସମୟ ବାକି । ବିହାରରେ ରେକର୍ଡ ବିଜୟ ଅଭିମୁଖେ ଏନଡିଏ । ମ୍ୟାଜିକ ନମ୍ବର ପାର କରି ୧୯୭ ଆସନରେ ଏନଡିଆ ଆଗରେ ଚାଲିଛି । ମହାଗଠବନ୍ଧନ ମାତ୍ର ୩ ସିଟ୍‌ରେ ଆଗରେ ଅଛି । ଏହି ସଫଳତା ପଛରେ କେବଲ ନୀତିଶ କୁମାରଙ୍କ ଯୋଜନା ନୁହେଁ ବରଂ ବିଜେପି ରଣନୀତିକାରଙ୍କ ବଡ଼ ଭୂମିକା ରହିଛି । ମୋଦି-ନୀତିଶ ଯୋଡ଼ି ଏମିତି ମାହୋଲ ତିଆରି କରିଥିଲେ କି ଏନଡିଏର ପୁରୁଣା ବିହାର ପୁଣି ବିହାର ଫେରିଛି । ଏହାରି ଭିତରେ ଗୋଟିଏ ନାମ ସାମ୍ନାକୁ ଆସୁଛି ସେ ହେଉଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପିର ପ୍ରମୁଖ ନିର୍ବାଚନୀ ରଣନୀତିକାର ବିହାରରେ ଦଳକୁ ଶିଖରରେ ପହଞ୍ଚାଇଥିବା କୁହାଯାଉଛି । ସେପ୍ଟେମ୍ବରରେ ବିହାରର ପ୍ରଭାରୀ ନିଯୁକ୍ତ ହୋଇଥିଲେ ଧର୍ମେନ୍ଦ୍ର ପ୍ରଧାନ ।

ବିହାର ସହିତ ପୁରୁଣା ସମ୍ପର୍କ- ବିହାର ସହିତ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ପର୍କ ନୂଆ ନୁହେଁ । ସେ ୨୦୧୨ ମସିହାରେ ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ସେବେଠାରୁ ସେ ଦଳର ରାଜନୀତି ଏବଂ ସଂଗଠନ ସହ ଜଡିତ ଅଛନ୍ତି । ସେ ବିଜେପିରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିଛନ୍ତି ଏବଂ ସଂଗଠନକୁ ମଜବୁତ କରିବାରେ ସର୍ବଦା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

ନୀତୀଶ କୁମାରଙ୍କ ଘନିଷ୍ଠ- ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ମଧ୍ୟରେ ମଧ୍ୟ ଏକ ମଜବୁତ୍ ବ୍ୟକ୍ତିଗତ ସମ୍ପର୍କ ରହିଛି । ଅଟଳ ବିହାରୀ ବାଜପେୟୀ ସରକାର ସମୟରୁ ଦୁହେଁ ସମ୍ପର୍କ ରହିଛି । ଏହି କାରଣରୁ ଏନଡିଏ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକାକୁ ଆହୁରି ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ନୀତିଶଙ୍କ ପ୍ରତି ତାଙ୍କର ବିଶ୍ୱାସ ମେଣ୍ଟର ଶକ୍ତିର ମୂଳଦୁଆ ପାଲଟିଛି ।

ଅନେକ ରାଜ୍ୟରେ ସଫଳତା ରେକର୍ଡ- ୨୦୨୪ ଓଡ଼ିଶା ନିର୍ବାଚନରେ ଭାଜପା ପ୍ରଥମ ଥର ବିଜେଡ଼ିକୁ ହରାଇ ସରକାର ଗଠନ କରିଥିଲା । ଯେଉଁଥିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ରଣନୀତି ନିର୍ଣ୍ଣାୟକ ହୋଇଥିଲା । ୨୦୨୪ରେ ହରିୟାଣାରେ ଶାସନ ବିରୋଧୀ ଲଢ଼େଇ ଏବଂ ଅନେକ ଚ୍ୟାଲେଞ୍ଜ ସତ୍ତ୍ୱେ, ବିଜେପିର କ୍ଷମତାକୁ ଫେରିବା ତାଙ୍କ ଯୋଜନାର ଫଳାଫଳ ବୋଲି ବିବେଚନା କରାଯାଉଥିଲା। ୨୦୨୧ ପଶ୍ଚିମବଙ୍ଗରେ ତାଙ୍କୁ ନନ୍ଦିଗ୍ରାମର ଦାୟିତ୍ୱ ଦିଆଯାଇଥିଲା ଯେଉଁଠି ମମତା ବାନାର୍ଜୀ ପରାସ୍ତ ହୋଇଥିଲେ । ୨୦୧୭ରେ ଉତ୍ତରାଖଣ୍ଡ ଓ ୨୦୨୨ରେ ୟୁପିରେ ଭାଜପାର ମଜବୁତ୍ କମବ୍ୟାକରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।

​​​​​​​କହି ରଖୁଛି କି , ବିହାରରେ ୨୪୩ ଆସନରେ ଚାଲିଥିବା ଭୋଟ୍ ଗଣତିରେ ଏନ୍‌ଡିଏ ୧୯୭ ଆସନରେ ଆଗରେ ଚାଲିଛି । ଆରଜେଡ଼ି ନେତୃତ୍ୱାଧୀନ ମହାମେଣ୍ଟ ବହୁ ପଛରେ ପଡିଛି । ୩୯ ଆସନରେ ଆଗରେ ଅଛି ।