ଭୁବନେଶ୍ବର,୧୭/୭ : ଜଙ୍ଗଲରୁ ନାବାଳକର ମୃତଦେହ ଉଦ୍ଧାର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯୋଡ଼ା ଖୁଣ୍ଟପାଣି ପାହାଡ଼ରେ । ଉକ୍ତ ପାହାଡ଼ରୁ ମୃତଦେହ ଉଦ୍ଧାର କରାଯାଇଛି । ମୃତକ କମାରଯୋଡ଼ା ତାରିଣୀ ଛକ ଅଞ୍ଚଳର କ୍ରିଷ୍ଣା କାଳନ୍ଦୀ ବୋଲି ଜଣାପଡ଼ିଛି । ସେ ବୁଧବାରଠାରୁ ନିଖୋଜ ଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ପ୍ରାଥମିକ ତଦନ୍ତରୁ ଏହା ହତ୍ୟା ସନ୍ଦେହ ବୋଲି କୁହାଯାଉଛି ।