କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଡାଲଗୁମା ଗ୍ରାମରେ ଅଭାବନୀୟ ଘଟଣା। ନିଆଁ ପୋଉଥିବା ଅଶୋକ ଓ ନରସିଂହଉପରେ ଚଢି ଗଲା ଏକ ବାଇକ୍। ସୂଚନା ଅନୁସାରେ ,ଜଣେ ଚାଷୀ ଅଶୋକ ଚଣ୍ଡି ଓ ତାଙ୍କ ସମ୍ପର୍କୀୟ କାକା ନରସିଂହ ଚଣ୍ଡି,ଗତ ୩ତାରିଖ ସନ୍ଧ୍ୟାରେ ନିଜ ଗାଁ ଫୁଟବଲ ପଡିଆ ନିକଟରେ ନିଆଁ ପୋଇଁ ହେଉଥିଲେ। ସେତେବେଳେ ସେହି ଗ୍ରାମର ଜଣେ ଯୁବକ ରାହୁଲ ଧରୁଆ ଏକ ବାଇକରେ ଦ୍ରୁତ ଗତିଆସି ଥିଲେ।ରାସ୍ତା କଡ଼ରେ ନିଆଁ ପୋଇଁ ହେଉଥିବା ଅଶୋକ ଓ ନରସିଂହଙ୍କ ଉପରେ ଗାଡ଼ିଧକ୍କାକରିଦେଇ ଥିଲେ।
ଏହି ଘଟଣାରେ ଗୁରୁତର ଅଶୋକ ଚଣ୍ଡିଙ୍କ ଚିକିତ୍ସାଧୀନ ଅବସ୍ଥାରେ ଭବାନୀପାଟଣା ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିବାର ପକ୍ଷରୁ କୋକସରା ପୁଲିସକୁ ଏନେଇ ଲିଖିତ ଅଭିଯୋଗ ପରେ,କୋକସରା ପୋଲିସ ୪ତାରିଖରେ ସଂପୃକ୍ତ ବାଇକ ଜବତ କରିଥିଲେ, ଏହାସହ ଅଭିଯୁକ୍ତ ରାହୁଲ ଧରୁଆକୁ ଗିରଫ କରିବା ସହବଣ୍ଡରେ ଛାଡି ଦେଇ ଥିଲେ। ଉକ୍ତଘଟଣାକୁ ନେଇ ମୃତକଙ୍କ ଦୁଇ ପୁଅ ସୁବାଷ ଚଣ୍ଡି,ମହାବୀର ଚଣ୍ଡି ସମେତ ପରିବାର ଓ ପରିଜନମାନେ ପୁଲିସର କାର୍ଯ୍ୟାନୁଷ୍ଠାନରେ ଅସନ୍ତୋଷ ପ୍ରକାଶ କରିବା ସହ ଗୁରୁବାର ମଧ୍ୟାହ୍ନରୁ ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ଏହାସହ ଅଭିଯୁକ୍ତକୁ ଗିରଫ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରି ଥିଲେ। କୋକସରା ପୋଲିସ ପକ୍ଷରୁ ଦୁର୍ଘଟଣା ଘଟାଇଥିବା ଯୁବକ ରାହୁଲ ଧରୁଆକୁ ପୁଣିଥରେ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଏହାପରେ ପରିବାର ଲୋକେ ଧାରଣାରୁ ଓହରି ଥିଲେ।