କଣ୍ଟାମାଳ, ୨୮।୯ : କଣ୍ଟାମାଳ ଥାନା ଅଇଁଲାଚୁଆଁ ସ୍ଥିତ ଆସ୍ଥା ଢ଼ାବା ନିକଟ ରାସ୍ତାରେ କଣ୍ଟାମାଳ ପୁଲିସ ଯାଞ୍ଚ କରି ବାଇକ ସହ ୨୧ କେଜି ଗଞ୍ଜେଇ ଜବତ୍ କରିଛି l ଏଥିସହ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ବେହେରାମାଲ ଗ୍ରାମର ବ୍ରଜେଶ ମେହେର ଓ ଶତ୍ରୁଘନ ଭୋଇ l
କଣ୍ଟାମାଳ ଥାନାର ଏକ ପୁଲିସ ଟିମ ପାଟ୍ରୋଲିଂ କରୁଥିବା ସମୟରେ ଅଇଁଲାଚୁଆଁ ସ୍ଥିତ ଆସ୍ଥାଢ଼ାବା ନିକଟ ବୁଲାଣି ରାସ୍ତାରେ ଏକ ବାଇକକୁ ସନ୍ଦେରେ ଅଟକାଇ ଯାଞ୍ଚ କରିଥିଲା l ଯାଞ୍ଚ ସମୟରେ ପୁଲିସ ଗଞ୍ଜେଇ ଜବତ୍ କରିଥିଲା। ଏଥିସହ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ବେହେରାମାଲ ଗ୍ରାମର ବ୍ରଜେଶ ମେହେର ଓ ଶତ୍ରୁଘନ ଭୋଇଙ୍କୁ ଗିରଫ କରିଥିଲା।ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇକୁ ଓଜନ କରିବାରୁ ତାହା ୨୧ କେଜି ହୋଇଥିଲା l ଏ ସମ୍ପର୍କରେ କଣ୍ଟାମାଳ ଥାନାରେ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ନେଇ କଣ୍ଟାମାଳ ଥାନାଧିକାରୀ ରଞ୍ଜିତ କୁମାର ମୁନି ସୂଚନା ଦେଇଛନ୍ତି |