ରାଇରଙ୍ଗପୁର, ୦୫/୦୬: ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍ । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ବାଦାମ ପାହାଡ ଥାନା ସୁଲେଇପାଟ ଅଞ୍ଚଳ ଖଣ୍ଡାଡେରା ଗାଁର ସାଗର ପାତ୍ର ଏବଂ ଗୁରୁତର ଜଣକ ଖଗେଶ୍ୱର ପାତ୍ର ବୋଲି ଜଣାପଡ଼ିଛି । ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକର ଯୋଡପୋଖରୀ ଗାଁ ମୁଣ୍ଡରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବତ, ବୁଧବାର ରାତିରେ ଦୁଇ ଜଣ ଯୁବକ ବାଇକ୍ରେ ଯାଉଥିଲେ । ଭାରସାମ୍ୟ ହରାଇ ବାଇକ୍ଟି ଗଛରେ ପିଟି ହୋଇଥିଲା । ଫଳରେ ଉଭୟ ଘଟଣାସ୍ଥଳରେ ଗୁରୁତର ଅବସ୍ଥାରେ ରାତି ସାରା ପଡ଼ି ରହିଥିଲେ । ଗୁରୁବାର ସକାଳେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖି ୧୦୮ ଆମ୍ୱୁଲାନ୍ସ ଡାକିଥିଲେ ସ୍ଥାନୀୟଲୋକେ । ହେଲେ ଏହାରି ମଧ୍ୟରେ ଜଣଙ୍କ ମୃତ୍ୟୁ ହୋଇଥିଲା । ଗୁରୁତରଙ୍କୁ ବିଜାତଳା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।