ଭୋପାଳ, ୧।୩: ବ୍ଲାର୍ଡ ଫ୍ଲୁକୁ ନେଇ ସାମନାକୁ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ । ମଣିଷଙ୍କୁ ନୁହେଁ, ବାର୍ଡ ଫ୍ଲୁ ସଂକ୍ରମଣ ହେଉଛନ୍ତି ବିଲେଇ । ବିଲେଇଙ୍କଠାରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ମଧ୍ୟପ୍ରଦେଶର ଛିନ୍ଦୱାଡ଼ାରେ ୩ଟି ପୋଷା ବିଲେଇ ଏବଂ ଏକ ଜୀବନ୍ତ ପକ୍ଷୀଠାରେ ଏଚ୫ଏନ୧ ଚିହ୍ନଟ ହୋଇଛି । ୩୧ ଜାନୁଆରୀ ୨୦୨୫ରେ ମଧ୍ୟପ୍ରଦେଶର ଛିନ୍ଦୱାଡ଼ାରେ ୩ଟି ପୋଷା ବିଲେଇ ଏବଂ ଏକ ଜୀବନ୍ତ ପକ୍ଷୀ ବଜାରରେ ଏଚ୫ଏନ୧ ମାମଲା ସାମ୍ନାକୁ ଆସିଥିଲା । ଯାହା ପରେ ସ୍ୱାସ୍ଥ୍ୟ ବିଭାଗରେ ହଇଚଇ ସୃଷ୍ଟି ହୋଇଛି । ବିଲେଇଙ୍କଠାରେ ବାର୍ଡ ଫ୍ଲୁ ସଂକ୍ରମଣ ବ୍ୟାପିବା ପରେ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି ।

ଅନ୍ୟପଟେ ମଧ୍ୟପ୍ରଦେଶରେ ପକ୍ଷୀ ଇନଫ୍ଲୁଏଞ୍ଜାର ନିୟନ୍ତ୍ରଣ ଏବଂ ପ୍ରତିରୋଧ ପାଇଁ ଯୋଜନା ଅନୁଯାୟୀ, କାର୍ଯ୍ୟ ଆରମ୍ଭ କରିବାକୁ କୁହାଯାଇଥିଲା । ବଜାରରେ ଥିବା ସମସ୍ତ ପକ୍ଷୀଙ୍କୁ ମାରି ଦିଆଯାଇଥିଲା ଏବଂ ସ୍ୱଚ୍ଛତାର ପ୍ରମାଣପତ୍ର ନ ମିଳିବା ପର୍ଯ୍ୟନ୍ତ ବଜାରକୁ ୨୧ ଦିନ ପାଇଁ ବନ୍ଦ ରଖାଯାଇଥିଲା । ଯାହା ଫଳରେ ଶୀଘ୍ର ସଂକ୍ରମଣ ହେବ ନାହିଁ । କହିରଖୁ କି, ବାର୍ଡ ଫ୍ଲୁ ଏକ ପ୍ରକାରର ଇନଫ୍ଲୁଏଞ୍ଜା । ଇନଫ୍ଲୁଏଞ୍ଜା ଏକ ଏଚ୫ଏନ୧ ପ୍ରକାରର ଭାଇରସ । ପାଣିର ଫୋଟକାରୁ ଉତ୍ପନ୍ନ ହୋଇଥିବା ଏହି ଭାଇରସ କୁକୁଡ଼ା ପାଳନରେ ସବୁଠାରୁ ଦ୍ରୁତ ଗତିରେ ବ୍ୟାପିଥାଏ । ଘରୋଇ କୁକୁଡ଼ା ଫାର୍ମଗୁଡ଼ିକ ଏହାର ପ୍ରଭାବରେ ଆସିଥାଏ । ଯଦି ଏହି ଭାଇରସ କୌଣସି ପକ୍ଷୀକୁ ବ୍ୟାପିଯାଏ, ତେବେ ଏହାର ମୃତ୍ୟୁ ହାର ବୃଦ୍ଧି ପାଏ । କିନ୍ତୁ, ଏବେ ଏହି ସଂକ୍ରମଣ ବିଲେଇଙ୍କଠାରେ ବ୍ୟାପିଥିବାରୁ ମଧ୍ୟପ୍ରଦେଶ ସରକାରଙ୍କ ଚିନ୍ତାର କାରଣ ପାଲଟିଛି ।
