ଭୁବନେଶ୍ବର, ୧୮/୦୧: ବିଜେଡିରୁ କାହିଁକି ନିଲମ୍ବିତ ହେଲେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ସୁପୁତ୍ର ଅରବିନ୍ଦ ମହାପାତ୍ର । ପାଟକୁରର ବିଧାୟକ ଥିବା ସ୍ବତ୍ତ୍ବେ ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ସାଇଡ୍ କରିଛନ୍ତି । ଏହା ପଛର କାରଣ କହିଛନ୍ତି ବିଜେଡି ସାଧାରଣ ସମ୍ପାଦକ ଅମରେଶ ପତ୍ରି । ଅରବିନ୍ଦ ମହାପାତ୍ର ବିଜେଡିରୁ ଟିକେଟ୍ ନେବା ଦିନ ଠାରୁ ଦଳ ସହ ବିଶ୍ବାସଘାତକତା କରିଛନ୍ତି । ବାପ-ପୁଅ ଦଳ ଭାବେ ପାଟକୁରାରେ ଶାସନ କରୁଥିଲେ । ତାଙ୍କ ବିରୋଧରେ ୨୨ ମାସ ଗୁଇନ୍ଦା ରିପୋର୍ଟ ସଂଗ୍ରହ କରାଯାଉଥିଲା । ସାଂସଦ ପ୍ରାର୍ଥୀଙ୍କୁ ହରାଇବାକୁ ଷଡ଼ଯନ୍ତ୍ରର ମଙ୍ଗ ଧରିଥିଲେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର । ଏହାଛଡ଼ା ବିଭିନ୍ନ ପଞ୍ଚାୟତରେ ଦଳୀୟ କର୍ମୀଙ୍କୁ ହଟାଇ ନିଜ ଲୋକଙ୍କୁ ରଖୁଥିଲେ । କହିବାକୁ ଗଲେ ବାପାଙ୍କ କଥାରେ ଚାଲୁଥିଲେ ପୁଅ ଅରିବନ୍ଦ । ଯାହାକୁ ଆଧାର କରି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ନିଲମ୍ବିତ କରିଛନ୍ତି ବୋଲି ବିଜେଡି ସାଧାରଣ ସମ୍ପାଦକ ଅମରେଶ ପତ୍ରି କହିଛନ୍ତି ।

ଯୁବ ପ୍ରତିଭାଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକ ଅନେକ ସମୟରେ ସୁଯୋଗ ଦେଇଛନ୍ତି । ଆଗକୁ ବଢ଼ିବାକୁ ଏହା ସହ ଦଳର ଅନେକ ଗୁରୁତ୍ଵପୂର୍ଣ୍ଣ ପଦ ପଦବୀରେ ମଧ୍ୟ ରଖିଛନ୍ତି। ଅମରେଶ ପତ୍ରି ଅନେକ ବର୍ଷ ଧରି ବିଜୁ ଜନତା ଦଳ ସହ ଅଛନ୍ତି। ତାଙ୍କୁ ପାଟକୁରା ଟିକେଟ୍ ଦିଆନଯାଇ ଦଳ ଅମରେନ୍ଦ୍ରଙ୍କ ଉପରେ ଭରସା କଲା। କିନ୍ତୁ ଦୁର୍ନୀତି ଓ ବିଶ୍ୱାସଘାତକ ଏହି ଦୁଇ କାରଣ ପାଇଁ ଦଳରୁ ନିଲମ୍ବିତ ହୋଇଛନ୍ତି  ଦୁଇ ବିଧାୟକ । ବିନା ତଥ୍ୟରେ ଦଳର ସଭାପତି ନିଷ୍ପତ୍ତି ନିଅନ୍ତିନି । ପ୍ରମାଣ ଅଛି ତେଣୁ ଆକ୍ସନ ନିଆଯାଇଛି । ବାରମ୍ବାର ଅରବିନ୍ଦ ପ୍ରଶ୍ନ କରୁଛନ୍ତି ମୁଁ କ’ଣ ପାଇଁ ନିଲମ୍ବିତ ହୋଇଛି । ସେ ଜାଣି ରଖିବା ଦରକାର, ସେ କେବଳ ଦଳ ସହ ବିଶ୍ୱାଘାତକ କରିନାହାନ୍ତି ବରଂ ପାଟକୁରାବାସୀଙ୍କୁ ଧୋକା ଦେଇଛନ୍ତି । ୨୫ ବର୍ଷ ତଳେ ତାଙ୍କ ବାପା ଯାହା କରିଥିଲେ ତାକୁ ଭୁଲି ବିଜୁ ଜନତା ଦଳ ଅରବିନ୍ଦଙ୍କୁ ଟିକେଟ ଦେଇଥିଲା । ଆଉ ଟିକେଟ୍ ପାଇ ଜିତିବା ପରେ ପ୍ରଥମ ଦିନରୁ ଆରମ୍ଭ ହେଲା ତାଙ୍କର ଷଡ଼ଯନ୍ତ୍ର ଖେଳ । ଦୀର୍ଘ ୨୨ ମାସ ହେଲା ଦଳ ବିରୋଧୀ କାର୍ଯ୍ୟର ଗୁଇନ୍ଦା ତଥ୍ୟ ସଂଗ୍ରହ କରାଯାଉଥିଲା । ପାଟକୁରାରେ ଅନେକ କାର୍ଯ୍ୟକ୍ରମରେ ଦଳୀୟ ସଂକେତ କି ସଭାପତିଙ୍କ ଫଟୋ ରହୁ ନଥିଲା । ଯେମିତି ବୃକ୍ଷ ସେମିତି ଫଳ, ବାପା ଯାହା ଶିକ୍ଷା ଦେଇଛନ୍ତି ସେ ସେମିତି କରୁଥିଲେ ଅରିବନ୍ଦ ମହାପାତ୍ର ବୋଲି  ବିଜେଡି ସାଧାରଣ ସମ୍ପାଦକ ଅମରେଶ ପତ୍ରି କହିଛନ୍ତି ।

​​​​​​​