ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଲିଫ୍ଟରେ ଚାପି ହୋଇ ରୋଗୀ ମୃତ୍ୟୁ ଘଟଣା, ପ୍ରଶାସନକୁ ଘେରିଲା ବିଜେଡି ଟିମ୍

Published By : Prameya | April 25, 2025 8:30 PM

ଭଦ୍ରକ,୨୫/୪ : ଭଦ୍ରକ ଜିଲ୍ଲା ମୁଖ୍ୟ ମେଡ଼ିକାଲରେ ଲିଫ୍ଟରେ ଚାପି ହୋଇ ରୋଗୀ ମୃତ୍ୟୁ ଘଟଣାରେ ମେଡ଼ିକାଲ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନକୁ ଘେରିଲା ବିଜେଡି। ଗତକାଲି ଭଦ୍ରକ ଜିଲ୍ଲା ମୁଖ୍ୟ ମେଡିକାଲରେ ମିନତି ପରିଡ଼ା ନାମକ ମହିଳା ରୋଗୀଙ୍କୁ ୱାର୍ଡ଼କୁ ଲିଫ୍ଟରେ ନେଉଥିବାବେଳେ ଲିଫ୍ଟରେ ଚାପି ହୋଇ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ଉତ୍ତେଜନା ଦେଖା ଦେଇଥିଲା । ୫ ଘଣ୍ଟା ପରେ ମୃତଦେହ ଉଦ୍ଧାର ହୋଇଥିଲା । 

ଏହି ଘଟଣାକୁ ନେଇ ଭଦ୍ରକ ଜିଲ୍ଲା ବିଜେଡି ପକ୍ଷରୁ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ସମେତ ଜିଲ୍ଲାର ସମସ୍ତ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ । ସିଡିଏମଓଙ୍କ ଉପସ୍ଥିତିରେ ଲିଫ୍ଟ ନିକଟରେ ସମୀକ୍ଷା ପରେ ଭଦ୍ରକ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି । ତେବେ ଦିଶା ମିଟିଂରେ ମେଡ଼ିକାଲ ଲିଫ୍ଟ ବିଷୟରେ ଆଲୋଚନା ହୋଇଥିଲା, କିନ୍ତୁ ପ୍ରଶାସନ ଚୁପ୍ ରହିବା ଯୋଗୁଁ ଅଘଟଣ ଘଟିଥିବା ଅଭିଯୋଗ ଆଣିଛି ବିଜେଡି । ତେବେ ନୂଆ ଜିଲ୍ଲା ମେଡ଼ିକାଲ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ କ’ଣ ପାଇଁ ମେଡ଼ିକାଲକୁ କାର୍ଯ୍ୟକ୍ଷମ କରାଯାଉ ନାହିଁ ସେ ନେଇ ମଧ୍ୟ ଜିଲ୍ଲାପାଳଙ୍କୁ ପ୍ରଶ୍ନ କରିଛନ୍ତି । ମେଡିକାଲରେ ସମସ୍ତ ଉପକରଣ ଥାଇ ମଧ୍ୟ କାର୍ଯ୍ୟକ୍ଷମ ନ ହେବାରୁ ରୋଗୀ ହନ୍ତସନ୍ତ ହେଉଥିବା କହିଛି ବିଜେଡି । ତେବେ ଲୋକଙ୍କ ସ୍ବାର୍ଥ ପାଇଁ ବିଜେଡି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ, ଯଦି ନୂତନ ମେଡ଼ିକାଲ କାର୍ଯ୍ୟକ୍ଷମ ନ ହୁଏ ରାଜରାସ୍ତାକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛି ବିଜେଡି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.