ନୂଆପଡା, ୧୭।୫ : ଜମିରୁ କାମ ସାରି ଘରକୁ ଫେରୁଥିଲେ ଚାଷୀ। ୩୩ କେଭି ବିଦ୍ୟୁତ ତାର ଲାଗି ଜଳିଗଲେ ଚାଷୀ। ଘଟଣା ସ୍ଥଳରେ ଚାଷୀଙ୍କ ଚାଲିଗଲା ଜୀବନ । ମୃତକ ହେଲେ ବୋଡେ଼ନ ଥାନା ମହାଦେବ ପଡ଼ାର ଘାସିରାମ ସୁନାନୀ।
ବୋଡେ଼ନ ଥାନା ମହାଦେବ ପଡ଼ାର ଘାସିରାମ ସୁନାନୀ ସ୍ଥାନୀୟ ବିନପୁର ଠାରେ ଥିବା ଜମିରେ ନଙ୍ଗଳ କରି ଫେରୁଥିଲେ। ବିଜୁ ଫୋରୱେ କଡ଼ରେ ଥିବା ୩୩ କେଭି ତାର ସଂସ୍ପର୍ଶରେ ସୁନାନୀ ଆସି ଯାଇଥିଲେ। ଘଟଣାସ୍ଥଳରେ ସୁନାନୀ ଜଳିଯାଇ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। କ୍ଷତିପୂରଣ ଦାବିରେ ବିନପୁର ଛକଠାରେ ସ୍ଥାନୀୟ ଲୋକ ରାସ୍ତାରୋକ କରିଥିଲେ। ଘଟଣା ସ୍ଥଳରେ ବୋଡେ଼ନ ପୋଲିସ ସହ ବିଦ୍ୟୁତ କର୍ମଚାରୀ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି।
ଆହୁରି ପଢନ୍ତୁ : ଗଞ୍ଜାମ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ : ୧୧ ଦିନରେ ୪୪୪ ୱାରେଣ୍ଟି ଗିରଫ