ନୂଆଦିଲ୍ଲୀ,୩୦/୦୯: ଭାରତୀୟ ଜନତା ପାର୍ଟି (ବିଜେପି) ଭେଟେରାନ୍ ନେତା ବିଜୟ ମଲହୋତ୍ରାଙ୍କ ଦେହାନ୍ତ ହୋଇଛି । ୯୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବିଜୟ ମଲହୋତ୍ରା । ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀ ଏମ୍ସରେ ସେ ଆଖି ବୁଜିଛନ୍ତି । ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି ।

୪୫ ବର୍ଷର ରାଜନୈତିକ କ୍ୟାରିୟରରେ ୫ଥର ସାଂସଦ, ୨ଥର ବିଧାୟକ ଥିଲେ । ସେ ଦିଲ୍ଲୀ ବିଜେପିର ପ୍ରଥମ ସଭାପତି ହୋଇଥିଲେ । ଦିଲ୍ଲୀ ବିଜେପିକୁ ସୁଦୃଢ କରିବାରେ ତାଙ୍କର ଅଗ୍ରଣୀ ଭୂମିକା ରହିଥିଲା । ୧୯୯୯ ନିର୍ବାଚନରେ ମନମୋହନ ସିଂହଙ୍କୁ ହରାଇଥିଲେ ବିଜୟ ମଲହୋତ୍ରା । ଦିଲ୍ଲୀ ବିଜେପିର ପୂର୍ବତନ ମୁଖ୍ୟ  ଏବଂ ସାଂସଦ ବିଜୟ କୁମାର ମଲହୋତ୍ରା କିଛି ଦିନ ଧରି ଏମ୍ସରେ ଚିକିତ୍ସାଧୀନ ଥିଲେ। ଆଜି ସକାଳ ପ୍ରାୟ ୬ଟାରେ ତାଙ୍କର ଦେହାନ୍ତ ହୋଇଛି । ସେ ୫ଥର ସାଂସଦ ଏବଂ ୨ ଥର ବିଧାୟକ ଥିଲେ । ଦିଲ୍ଲୀ ବିଜେପିର ସଭାପତି ଏବଂ ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା (୨୦୦୮-୨୦୧୩) ଭାବରେ କାର୍ଯ୍ୟ କରିଥିଲେ ।୨୦୦୮ରେ ବିଜେପି ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ମନୋନୀତ କରିଥିଲା । ୧୯୯୯ ମସିହାର ସାଧାରଣ ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପରାସ୍ତ କରିଥିଲେ ବିଜୟ । ୨୦୦୪ ମସିହା ସାଧାରଣ ନିର୍ବାଚନରେ, ମଲହୋତ୍ରା ଦିଲ୍ଲୀରେ ଜିତିଥିବା ଏକମାତ୍ର ବିଜେପି ପ୍ରାର୍ଥୀ ଥିଲେ । ପରାଜୟ ସମୟରେ ବିଜେପିର 'ବିଜୟ'ର  ଗ୍ୟାରେଣ୍ଟି ଥିଲେ ବିଜୟ । ଅଟଳ ବିହାରୀ ବାଜପେୟୀ ଓ ଆଡବାନୀଙ୍କ ଖାସ୍ ଥିଲେ ପ୍ରଫେସର ମାଲହୋତ୍ରା ।

​​​​​​​ବିଜୟଙ୍କ ବିୟୋଗରେ ଦିଲ୍ଲୀ ବିଜେପି ଦୁଃଖ ପ୍ରକାଶ କରି କହିଛି, ଭାଜପା ବରିଷ୍ଠ ନେତ, ଦିଲ୍ଲୀ ବିଜେପି ପ୍ରଥମ ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ମାଲହୋତ୍ରାଙ୍କ ନିଧନ ଖବର ଦୁଃଖଦାୟକ । ଏପରି କଠିନ ସମୟରେ ତାଙ୍କ ପରିବାର-ପରିଜନଙ୍କ ସହ ବିଜେପି ରହିଛି । ଇଶ୍ୱର ତାଙ୍କ ଆତ୍ମାର ସଦଗଦି କରନ୍ତୁ । କେନ୍ଦ୍ରମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିଜୟ ମାଲହୋତ୍ରାଙ୍କ ବାସବଭନରେ ପହଞ୍ଚି ଶ୍ରଦ୍ଧାଞ୍ଚଳି ଦେଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଧ୍ୟ ବାସଭବନରେ ପହଞ୍ଚି ବିଜୟଙ୍କ ଶେଷ ଦର୍ଶନ କରିଛନ୍ତି ।