ଭୁବନେଶ୍ବର, ୨୪।୧ : ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଶନିବାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ରାୟଗଡା ଜିଲ୍ଲା ବିଷମକଟକ ନିର୍ବାଚନମଣ୍ଡଳୀର ବହୁ ସଂଖ୍ୟାରେ ବିଜେଡି ଓ କଂଗ୍ରେସ ନେତା ଏବଂ କର୍ମୀ ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି।
ପୂର୍ବତନ ବ୍ଲକ ସଭାପତି ବିଜୟ କିଶୋର ପଟ୍ଟନାୟକ, ୮ ଜଣ ସରପଞ୍ଚ ଏବଂ ଅନେକ ସମିତି ସଭ୍ୟ ବିଜେପିରେ ସାମିଲ ହୋଇଛନ୍ତି। ୧୦୦ ରୁ ଅଧିକ କର୍ମୀ ଓ ସ୍ଥାନୀୟ ତୃଣମୂଳ ସ୍ତରୀୟ ନେତା ବିଧିବଦ୍ଧ ଭାବରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଏହି ଅବସରରେ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉପସ୍ଥିତ ରହିଥିଲେ।