PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ଗୁଜୁରାଟରେ ଦଳ ବିରୋଧୀ ୭ ବିଜେପି ନେତାଙ୍କୁ ବହିଷ୍କାର, ଟିକେଟ୍ ନିମିଳିବାରୁ ସ୍ବାଧୀନ ଭାବେ କରିଥିଲେ ନାମାଙ୍କନ…

ନୂଆଦିଲ୍ଲୀ: ଗୁଜୁରାଟରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ଗରମ୍ ହେବାରେ ଲାଗିଛି । ଗତ ୨୭ ବର୍ଷ ଧରି ରାଜ୍ୟରେ ସରକାର ଚଳାଉଥିବା ବିଜେପିର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି । ଦଳ ପୁଣି ଥରେ ରାଜ୍ୟରେ ଫୁଲ ଫୁଟାଇବାକୁ ପୂର୍ଣ୍ଣ ବଳ ପ୍ରୟୋଗ କରୁଛି । କିନ୍ତୁ ବିଦ୍ରୋହୀ ନେତାମାନେ ପୁରା ଖେଳକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି । ବିଦ୍ରୋହୀଙ୍କ ବିରୋଧରେ ଏବେ ବିଜେପି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗୁଜରାଟ ବିଜେପି ରାଜ୍ୟ ସଭାପତି ସିଆର୍ ପାଟିଲ ଦଳ ବିରୋଧରେ ବିଦ୍ରୋହ କରିଥିବା ୭ ନେତାଙ୍କୁ ବହିଷ୍କାର କରିଛନ୍ତି ।

ଦଳରୁ ଟିକେଟ୍ ନ ପାଇ ଏହି ନେତାମାନେ ସ୍ବାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ଦଳରୁ ବହିଷ୍କୃତ ହୋଇଥିବା ନେତାଙ୍କ ମଧ୍ୟରେ ମଧୁ ଶ୍ରୀବାସ୍ତବ, ଅରବିନ୍ଦ ଲଡାନି, ଦୀନୁ ପଟେଲ, ହର୍ଷଦ ବସାଭା ଏବଂ ଧାୱାଲ ସିଂ ଜାଲାଙ୍କ ସମେତ ୭ ଜଣଙ୍କ ନାମ ରହିଛି । ଦଳ ବିରୋଧୀ କାମ କରିବା ହେତୁ ରାଜ୍ୟ ସଭାପତି ତାଙ୍କୁ ଦଳ ବାହାରର ରାସ୍ତା ଦେଖାଇଛନ୍ତି ।

ଦଳରୁ ଟିକେଟ୍ ନ ପାଇ ଅନେକ ବିଜେପି ନେତା ସ୍ୱାଧୀନ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏଥିରେ ଅନେକ ବିଧାୟକ ଏବଂ ପୂର୍ବତନ ବିଧାୟକ ମଧ୍ୟ ଅନ୍ତର୍ଭୁକ୍ତ ରହିଛନ୍ତି । ଦଳରୁ ବହିଷ୍କୃତ ହୋଇଥିବା ଅରବିନ୍ଦ ଲଡାନି ମଧ୍ୟ ଏକ ସ୍ବାଧୀନ ନାମାଙ୍କନ ଦାଖଲ କରିଥିଲେ । ରାଜ୍ୟ ସଭାପତି ତାଙ୍କୁ ମନାଇବା ପରେ ମଧ୍ୟ ସେ ତାଙ୍କ ନାମାଙ୍କନ ପ୍ରତ୍ୟାହାର କରିନାହାଁନ୍ତି । ସେହିଭଳି ବିଜେପି ଟିକେଟ୍ ରେ ବାଗୋଡିଆରୁ ୬ ଥର ବିଧାୟକ ଥିବା ମଧୁ ଶ୍ରୀବାସ୍ତବ ଚଳିତ ଥର ଟିକେଟ୍ ନପାଇବା କାରଣରୁ ସ୍ବାଧୀନ ଭାବେ ନାମାଙ୍କନ କରିଛନ୍ତି ।