PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଗୁଗୁଲରେ ବିଜ୍ଞାପନ ଖର୍ଚ୍ଚ; ବିଜେପି ଶୀର୍ଷ, କଂଗ୍ରେସ ଷଷ୍ଠ

ନୂଆଦିଲ୍ଲୀ,୪ା୪(ଏଜେନ୍ସି): ବିଜ୍ଞାପନରେ ଦଳଗୁଡ଼ିକ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ଦଳଗୁଡ଼ିକ ଏ ପର୍ଯ୍ୟନ୍ତ ଗୁଗୁଲ୍‌ ପ୍ଲାଟ୍‌ଫର୍ମରେ ୮୩୧ଟି ବିଜ୍ଞାପନ ଦେଇଥିବା ବେଳେ ମୋଟ ୩.୭ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଗୁଗୁଲ୍‌ର ବିଭିନ୍ନ ପ୍ଲାଟ୍‌ଫର୍ମରେ ଶାସକ ବିଜେପି ସର୍ବାଧିକ ୧.୨୧ କୋଟି ଟଙ୍କା ଖର୍ଚ୍ଚ କରିଛି । ଏହା ସର୍ବାଧିକ ୫୫୪ଟି ବିଜ୍ଞାପନ ଦେଇଛି । ଗୁଗୁଲ୍‌ରେ ଦଳଗୁଡ଼ିକର ମୋଟ ବିଜ୍ଞାପନ ଖର୍ଚ୍ଚର ଏହା ୩୨% ହେବ । ଅନ୍ୟପକ୍ଷରେ କଂଗ୍ରେସ ଏହି କ୍ଷେତ୍ରରେ ଷଷ୍ଠ ସ୍ଥାନରେ ରହିଛି । ମାତ୍ର ୧୪ଟି ବିଜ୍ଞାପନରେ ଦଳ ୫୪,୧୦୦ ଟଙ୍କା ଖର୍ଚ୍ଚ କରିଛି । ମୋଟ ଖର୍ଚ୍ଚର ଏହା ୦.୧୪% ହେବ । ଦ୍ୱିତୀୟ ସ୍ଥାନରେ ଥିବା ଜଗନ ରେଡ୍ଡୀଙ୍କ ୱାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ୧୦୭ ଗୁଗୁଲ୍‌ ବିଜ୍ଞାପନରେ ୧.୦୪ କୋଟି ଟଙ୍କା ଖର୍ଚ୍ଚ କରିଛି । ୱାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ପ୍ରାର୍ଥୀମାନଙ୍କ ଲାଗି ୪୩ ବିଜ୍ଞାପନରେ ୨୬,୪୦୦ ଟଙ୍କା ଖର୍ଚ୍ଚ କରିଥିବା ପମ୍ମି ସାଇ ଚରଣ ରେଡ୍ଡୀ ତାଲିକାର ସପ୍ତମ ସ୍ଥାନରେ ରହିଛନ୍ତି । ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି)କୁ ପ୍ରୋତ୍ସାହନ ଦେଉଥିବା ପ୍ରମାନ୍ୟ ଷ୍ଟ୍ରାଟେଜି କନ୍‌ସଲ୍‌ଟିଂ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ଡିଜିଟାଲ୍‌ କନ୍‌ସଲ୍‌ଟିଂ ପ୍ରାଇଭେଟ୍‌ ଲିମିଟେଡ୍‌ ତାଲିକାର ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛି ।